ଭବାନୀପାଟଣା,(ବି.ବି.ନୁ୍ୟଜ୍): ମାଓ ଦମନ ଅଭିଯାନରେ କଳାହାଣ୍ଡି ପୁଲିସକୁ ଆଜି ଆଉ ଏକ ସଫଳତା ମିଳିଛି । ମାଓ ସାମଗ୍ରୀ ନେଇ ଯାଉଥିବା ଜଣେ ମିଲିସିଆକୁ ଆଜି ଗିରଫ କରିବାରେ ସଫଳ ହୋଇଛି ଜିଲ୍ଲା ପୁଲିସ । ତାଠାରୁ ବିପୁଳ ମାଓ ସାମଗ୍ରୀ ମଧ୍ୟ ଜବତ କରିଛି । ମିଲିସିଆ ଜଣକ ଘନ ମାଝୀ ବୋଲି ଚିହ୍ନଟ କରାଯାଇଛି ।
ସୂଚନାମତେ, ଜଣେ ମିଲିସିଆ ମାଓବାଦୀଙ୍କ ପାଇଁ ଗୁପ୍ତ ଢଙ୍ଗରେ ବିସ୍ଫୋରକ ସାମଗ୍ରୀ, ମାଓ ପ୍ରଚାର ପତ୍ରିକା ଓ ଖାଦ୍ୟ ସାମଗ୍ରୀ ନେଇ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ଏହାପରେ କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧରଙ୍କ ନିଦେ୍ର୍ଧଶକ୍ରମେ ମ.ରାମପୁର ଥାନା ପୁଲିସ ମିଲିସିଆ ଘନକୁ ଗିରଫ କରିବାରେ ସଫଳ ହୋଇଥିଲା । ଘନ ମ.ରାମପୁର ଥାନା ଅଞ୍ଚଳର ବାରବନ୍ଧା ଜଙ୍ଗଲରେ ଥିବା ମାଓବାଦୀଙ୍କ ପାଇଁ ଏହି ସାମଗ୍ରୀ ଗୁଡ଼ିକ ନେଇ ଯାଉଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା । ଏହାସହ ଘନ ନିକଟରୁ ବିସ୍ଫୋରକ ସାମଗ୍ରୀ, ମାଓ ପ୍ରଚାର ପତ୍ରିକା ଓ ଖାଦ୍ୟ ସାମଗ୍ରୀ ପୁଲିସ ଜବତ କରିଛି । ଘନକୁ ଗିରଫ କରି ମ.ରାମପୁର ପୁଲିସ ସ୍ଥାନୀୟ ଜେଏମ୍ଏଫସି କୋର୍ଟକୁ ଚାଲାଣ କରିଥିଲା । ଜାମିନ ଆବେଦନ ନାମଞ୍ଜୁର ହେବାରୁ ମ.ରାମପୁର ଜେଲକୁ ପଠାଇ ଦେଇଛି ।
Comments are closed, but trackbacks and pingbacks are open.