ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । କରୋନା ସଂକଟ କାଳରେ ଏ ପରୀକ୍ଷା ଅନୁÂିତ ହେଉଥିବାରୁ ରାଜ୍ୟର ସମସ୍ତ ପରୀକ୍ଷାର୍ଥୀଙ୍କୁ ସବୁ ପ୍ରକାର ସୁବିଧା ମିଳିବ । ଯେଉଁ ପରୀକ୍ଷାର୍ଥୀ ଚାହିଁବେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ମାଗଣାରେ ପରିବହନ ସେବା ସରକାର ଯୋଗାଇଦେବେ । ପରୀକ୍ଷା କେନ୍ଦ୍ର ନିକଟରେ ଥିବା ସରକାରୀ କିମ୍ବା ଘରୋଇ ଇଂଜିନିୟରିଂ କଲେଜ କିମ୍ବା ଆଇଟିଆଇ ହଷ୍ଟେଲରେ ପିଲାମାନେ ଅଭିଭାବକଙ୍କ ସହ ମାଗଣାରେ ରହିପାରିବେ । ନିଜ ଜିଲ୍ଲାର ନୋଡାଲ ସେଣ୍ଟରରେ ପରୀକ୍ଷାର୍ଥୀମାନେ କେବଳ ନିଜ ଆଡମିଟ୍ କାର୍ଡ ଦେଖାଇ ଏ ସୁବିଧା ପାଇପାରିବେ । ଏଥିପାଇଁ ପ୍ରତି ଜିଲ୍ଲାରେ ସରକାରୀ ଆଇଟିଆଇରେ ଖୋଲିଛି ନୋଡାଲ ସେଣ୍ଟର । ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ସବୁପ୍ରକାର ବନେ୍ଦାବସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ପରୀକ୍ଷାର୍ଥୀଙ୍କ ପାଇଁ ସରକାରୀ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ହେବ । ସେହିପରି ସେପ୍ଟେମ୍ବର ୧୩ ତାରିଖରେ ନିଟ୍(ୟୁଜି) ହେବ । ତେବେ ରାଜ୍ୟରେ ବନ୍ୟା ପରିସ୍ଥିତ ସହିତ କୋଭିଡ୍ କଟକଣା ଥିବାରୁ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପରିବହନ ସୁବିଧା କରିଛନ୍ତି । ଛାତ୍ରଛାତ୍ରୀମାନେ ବିଭିନ୍ନ ଜିଲ୍ଲା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ବା ଆଇଟିଆଇରେ ଖୋଲିଥିବା ନୋଡାଲ୍ ସେଣ୍ଟର୍ରେ ଆଡମିଟ କାର୍ଡ ଦେଖାଇ ନାମ ପଞ୍ଜିକରଣ କରିବାକୁ ହେବ । ସହର ବାହାରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତି ଜିଲ୍ଲାରେ ଥିବା ଇଂଜିନିୟରିଂ କଲେଜ, ସରକାରୀ ଆଇଟିଆଇ ଓ ପଲିଟେକନିକ୍ ହଷ୍ଟେଲ୍ଗୁଡିକ ଖୋଲି ଦିଆଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଜାରି କରିଛନ୍ତି । ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମଧ୍ୟ ଚାହିଁଲେ ଯାଇପାରିବେ ଓ ରହିପାରିବେ । ଏହି ସୁବିଧା ପାଇବା ପାଇଁ ଆସନ୍ତା ୩୧ ସୁଦ୍ଧା ନାମ ପଞ୍ଜିକରଣ କରିବାକୁ ମୁଖ୍ୟ ସଚିବ ଅନୁରୋଧ କରିଛନ୍ତି ।
ମୁଖ୍ୟ ଶାସନ ସଚିବ ଶ୍ରୀ ତି୍ରପାଠୀ କହିଛନ୍ତି, ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ଦେବା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ନିଜ ବ୍ୟବସ୍ଥାରେ ଯିବେ, ସେମାନଙ୍କ ପାଇଁ କୌଣସି କଟକଣା ରହିବ ନାହିଁ । ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଭିଭାବକ କିମ୍ବା କୌଣସି କୋଚିଂ ସେଣ୍ଟର୍ ନେଇ ଯାଉଥିଲେ ତାଙ୍କୁ ମଧ୍ୟ ରାସ୍ତାରେ ନ ଅଟକାଇବାକୁ ପୁଲିସ୍ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରିି ପରୀକ୍ଷା ଦେବାକୁ ସହର ବାହାରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତି ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ ଓ ପଲିଟେକନିକ୍ ହଷ୍ଟେଲ୍ଗୁଡିକରେ ରହିବା ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକମାନେ ମଧ୍ୟ ରହିପାରିବେ । ସେହିପରି ଯେଉଁମାନେ ଚାହିଁବେ ଓଏସ୍ଆର୍ଟିସି କିମ୍ବା ଘରୋଇ ବସ୍ରେ ମଧ୍ୟ ମାଗଣା ଯାଇପାରିବେ । ସେ ବାବଦରେ ମଧ୍ୟ ସମସ୍ତ ଜିଲ୍ଲାର ସଡ଼କ ପରିବହନ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବସ୍ ଯୋଗାଇ ଦିଆଯିବ ବୋଲି ଶ୍ରୀ ତି୍ରପାଠୀ କହିଛନ୍ତି ।
ରାଜ୍ୟରେ ଜେଇଇ ମେନ୍ ଓ ନିଟରେ ମୋଟ ୩୭ ହଜାର ପରୀକ୍ଷାର୍ଥୀ ଅଛନ୍ତି । ସେଥି ମଧ୍ୟରୁ ପାଖାପାଖି ୧୬ରୁ ୧୭ ହଜାର ପରୀକ୍ଷାର୍ଥୀ କଟକ ଓ ଭୁବନେଶ୍ୱରରେ ହୋଇଥିବା କେନ୍ଦ୍ରଗୁଡିକରେ ପରୀକ୍ଷା ଦେବେ । ଅନ୍ୟ ପରୀକ୍ଷାର୍ଥୀଙ୍କର ବିସ୍ତୃତ ବିବରଣୀ ମିଳିପାରିନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଜେଇଇ ମେନ୍ ଓ ନିଟ୍ ପାଇଁ ରାଜ୍ୟର ୭ଟି ସହରରେ ୨୬ଟି କେନ୍ଦ୍ର କରାଯାଇଛି । ଉଭୟ ଜେଇଇ ମେନ୍ ଓ ନିଟ ପରୀକ୍ଷାର୍ଥୀମାନେ ଉପରୋକ୍ତ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଜେଇଇ ଓ ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ପ୍ରଧାନମନ୍ତ୍ରୀଙ୍କ ସହକଥା ହୋଇଥିଲେ । ମାତ୍ର ଏ ନେଇ କିଛି ନିଷ୍ପତ୍ତି ନହେବାରୁ ପରୀକ୍ଷାର୍ଥୀଙ୍କ ସୁବଧା ପାଇଁ ସବୁ ପ୍ରକାର ସୁବିଧା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେବା ପରେ ସରକାର ଏ ଘୋଷଣା କରିଛନ୍ତି ।
Comments are closed, but trackbacks and pingbacks are open.