ମାଗଣା ଟମାଟୋ ବାଣ୍ଟିଲେ ଚାଷୀ

Get real time updates directly on you device, subscribe now.

କୁଆରମୁଣ୍ଡା,(ବି.ବି.ନୁ୍ୟଜ): ବହୁ ଧାରକରଜ କରି ଚାଷ କରିଥିଲେ । ଅମଳ ହୋଇଥିବା ଫସଲ ବିକି ଋଣ ସୁଝିବେ ଆଉ ବାକି ଟଙ୍କାରେ ପରିବାର ପ୍ରତିପୋଷଣ କରିବେ ବୋଲି ଆଶା ରଖିଥିଲେ । ଫସଲ ଅମଳ ହେଲା, ବିକି ବାକୁ ବଜାର ଆଣିଥିଲେ । କିଲୋ ପ୍ରତି ୧ ଟଙ୍କାରେ ବି ନେଲେନି ଗ୍ରାହକ । ଶେଷରେ ମାଗଣାରେ ଚାଷୀ ବାଣ୍ଟିଦେଲେ ଟମାଟୋ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳସ୍ଥିତ ସାପ୍ତାହିକ ହାଟରେ ।
ଆଜି ସାପ୍ତାହିକ ହାଟରେ ବ୍ୟବସାୟୀ ଓ ଦୂର ଦୂରାନ୍ତରୁ ଆସିଥିବା ଚାଷୀ ଟମାଟୋ ବିକ୍ରି କରିବା ପାଇଁ ଆଣିଥିଲେ । କିନ୍ତୁ ଟମାଟୋ ଆଦୌ ବିକ୍ରି ହୋଇ ନଥିଲା । ଏପରିକି ଏକ ଟଙ୍କା କିଲୋ ପ୍ରତି ଦରରେ ବି କେହି ନେଲେନି । ଅପରପକ୍ଷେ ବୀରମିତ୍ରପୁର କିମ୍ବା ଆଖପାଖ ଅଞ୍ଚଳରେ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ବ୍ୟବସାୟୀମାନେ ଆଣିଥିବା ଟମାଟୋକୁ ମାଗଣା ବାଣ୍ଟିବା ଆରମ୍ଭ କରିଥିଲେ । ଯାହାକୁ ନେଇ ସହରର ବୁଦ୍ଧିଜୀବୀ ମାନେ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ବୀରମିତ୍ରପୁର ଓ ଏହାର ଆଖପାଖ ଅଞ୍ଚଳ ନୂଆଗାଁ, ହାତୀବାରି, ରାଏବଗା ଆଦି ଅଞ୍ଚଳ ଗୁଡିକରେ ପନି ପରିବା ଚାଷ କରାଯାଏ । ଦୀର୍ଘ ଦିନରୁ ଉକ୍ତ ଅଞ୍ଚଳରେ ଶୀତଳ ଭଣ୍ଡାର ପାଇଁ ଦାବି ହେଉଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଇ ନଥିବା ନଜିର ରହିଛି । ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର କୌଣସି ସ୍ଥାନରେ ସରକାରୀ ବା ବେସରକାରୀ ଭାବେ ଶୀତଳ ଭଣ୍ଡାର ନଥିବାରୁ ବାଧ୍ୟ ହୋଇ ଆଜି ବୀରମିତ୍ରପୁର ସାପ୍ତାହିକ ହାଟରେ ପ୍ରାୟ ପାଞ୍ଚଶହ କେଜିରୁ ଅଧିକ ଟମାଟୋ ବଜାରକୁ ଆସିଥିବା ଲୋକଙ୍କୁ ମାଗଣାରେ ବାଣ୍ଟି ଦେଇଥିଲେ । ଶୀତଳ ଭଣ୍ଡାର ଅଭାବ ଯୋଗୁଁ ବାଧ୍ୟ ହୋଇ ମାଗଣାରେ ଟମାଟୋ ବାଣ୍ଟି ଦେଇଥିବା ଚାଷୀ କହିଛନ୍ତି । ଏନେଇ ଅନେକ ଚଷୀ ଓ ବ୍ୟବସାୟୀ କ୍ଷୋଭ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଯଥାଶୀଘ୍ର ଶୀତଳ ଭଣ୍ଡାର କରା ନଗଲେ କେବଳ ଟମାଟୋ ନୁହଁ ଅନ୍ୟାନ୍ୟ ପନିପରିବା ଚାଷ କରୁଥିବା ଚାଷୀଙ୍କର ମଧ୍ୟ ଏହି ଭଳି ସମସ୍ୟା ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons