ଜଳେଶ୍ୱର,(ବି.ବି.ନୁ୍ୟଜ୍): ନିଶା ବ୍ୟବସାୟୀମାନେ ନିଶା କାରବାର ପାଇଁ ନୂଆନୂଆ ତରିକା ଆପଣାଉଛନ୍ତି । ପୋଲିସ ଓ ଅବକାରୀ ବିଭାଗ ଆଖିରୁ ଖସିଯିବା ପାଇଁ କେତେବେଳେ ଆମ୍ବୁଲାନ୍ସ ସାହାଯ୍ୟ ନେଉଛନ୍ତି ତ କେତେବେଳେ ଭିନ୍ନ ଭିନ୍ନ ତରିକା ଆପରାଉଛନ୍ତି । ବାଲେଶ୍ୱର ଜିଲ୍ଲାରେ ଏଭଳି ଅଭିନବ ଢ଼ଙ୍ଗରେ ଚୋରା ଚାଲାଣ ହେଉଥିବା ଧଳା ଜହର କାରଖାନାର ପଦ୍ଧାଫାସ ହୋଇଛି । ପୋଲିସ ୩୦ ଗ୍ରାମ ଧଳା ଜହର ଜବତ କରିଛି । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ପଶ୍ଚିମବଙ୍ଗର ବୋଲି ଜଣା ପଡିଥିବା ବେଳେ ତାଙ୍କ ନାଁ ଜଣାପଡିନାହିଁ । ଶୁକ୍ରବାର ସକାଳେ ଅଭିଯୁକ୍ତ ଜଣଙ୍କ ଜଳେଶ୍ୱରରୁ ଏକ ମାଛ କିଣିଥିଲେ । ପରେ ମାଛ ପାଟିରେ ତିନୋଟି ପୁଡ଼ିଆ ଧଳା ଜହର ପୁରାଇ ଦେଇଥିଲେ । ସେ ଭାବିଥିଲେ ଏମିତି ଧଳା ଜହର ନେଲେ କେହି ଧରିବେନି । ହେଲେ ସବୁ ଚାଲ ଫେଲ୍ ମାରିଲା । ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଲକ୍ଷ୍ମଣନାଥ ସୀମାରେ ଅଭିଯୁକ୍ତଙ୍କୁ ଅଟକାଇଥିଲେ । ଏହାପରେ ଯାଞ୍ଚ କରି ମାଛ ପାଟିରୁ ତିନୋଟି ପୁଡ଼ିଆ ଧଳା ଜହର ଜବତ କରିଥିଲା । ଏହାର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହାର ପଛରେ କାହାର ହାତ ରହିଛି, ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସ ମାଛ ସହ ବାଇକକୁ ଜବତ କରିଛି ।
Comments are closed, but trackbacks and pingbacks are open.