ମାଛ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପ ଟର୍ମିନାଲ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ୟାଙ୍କର ମାଡିଯିବାରୁ ଜଣେ ମାଛ ବ୍ୟବସାୟୀଙ୍କର ମୃତୁ୍ୟ ଘଟିଛି । ତାଙ୍କ ନାଁ ଅଜୟ ଦାସ । ତାଙ୍କ ଘର କୁଜଙ୍ଗ ଥାନାଅନ୍ତର୍ଗତ ଚଟୁଆ ପଞ୍ଚାୟତର ପୋଖରିଆ ପଡ଼ାରେ ବୋଲି ଜଣାପଡିଛି । ଆଜି ସକାଳେ ଅଜୟ ପାରାଦୀପରୁ ମାଛ ନେଇ ନିଜ ଅଞ୍ଚଳକୁ ବିକ୍ରୀ କରିବାକୁ ଯାଉଥିଲେ । ଏହି ସମୟରେ ପାରାଦୀପ ଟର୍ମିନାଲ ଛକ ନିକଟରେ ଟ୍ୟାଙ୍କରଟି ପଛରୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଅଜୟ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ଟ୍ୟାଙ୍କର ଚକାଟି ଚଢ଼ଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଟ୍ୟାଙ୍କରକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons