ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତରୁ ଶୁକ୍ରବାର ପ୍ରଥମକରି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶି ଯାଇଛି । ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ କରାଯାଇଛି ।
ସୂଚନା ଅନୁସାରେ, ଜିଲ୍ଲାରୁ ଶୁକ୍ରବାର ଗୋଟିଏ ଦିନରେ ୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଝିଗୁଡାରୁ ଜଣେ ଚିହ୍ନଟ ପରେ ପ୍ରଶାସନ, ମୈଦଲପୁର ପୁଲିସ ଓ ମାଝିଗୁଡା ସରପଞ୍ଚଙ୍କ ଉଦ୍ୟମରେ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି । ଗାଁକୁ ସଂଯୋଗ କରୁଥିବା ତିନିଗୋଟି ରାସ୍ତାକୁ ସିଲ୍ କରାଯାଇଛି । ଏବିଡିଓ ବିଶ୍ୱନାଥ ରାଉତ ଓ ମୈଦଲପୁର ଫାଣ୍ଡି ଅଧିକାରୀ ଅନାମ ଦିଆନ ଏହି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.