ମାଟି ଘର ତଳେ ଚାପି ହୋଇ ୩ ଗୁରୁତର

Get real time updates directly on you device, subscribe now.

ସୁବର୍ଣ୍ଣପୁର: ମାଟିଘର ଭାଙ୍ଗି ଗୋଟିଏ ପରିବାରର ତିନିଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାବୁପାଲି ପଞ୍ଚାୟତ ବାଗଡ଼ିଆ ଗାଁରେ ଘଟିଛି ଓ
ଗୁରୁତରମାନେ ହେଲେ ବାଗଡ଼ିଆ ଗାଁର ରୀତା ବାରିକ (୨୫),ତ୍ରିନାଥ ବାରିକ (୬୦), ରମ୍ଭା ବାରିକ (୫୦) କ୍ଷ ମାଟି ଘର ଭାଙ୍ଗି ଯିବାରୁ ପରିବାରର ସ୍ୱାମୀ ତ୍ରିନାଥ ସ୍ତ୍ରୀ ରମ୍ଭା ଏବଂ ବହୁ ରିତା ମାଟିତଳେ ଚାପି ହୋଇ ଯାଇଥିଲେ ଓ ଖବର ପାଇ ସାହି ପଡିଶା ଲୋକେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ଓ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ଓ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons