ମାଟୁପାଲି ଜଙ୍ଗଲରୁ ମଣିଷ କଙ୍କାଳ ଉଦ୍ଧାର

Get real time updates directly on you device, subscribe now.

ସୋନପୁର,(ବି.ବି.ନୁ୍ୟଜ): ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତାର ମାଟୁପାଲି ନିକଟ ଜଙ୍ଗଲରୁ ଉଲୁଣ୍ଡା ପୁଲିସ ଏକ ପଲିଥିନ ଭିତରେ ଭର୍ତ୍ତି ହୋଇଥିବା ମଣିଷ କଙ୍କାଳ ଉଦ୍ଧାର କରିଛି । ତେବେ କଙ୍କାଳଟି ମହିଳାର କିମ୍ବା ପୁରୁଷର ସ୍ପଷ୍ଟ ହୋଇନଥିବା ବେଳେ ଏଠାକୁ କିଏ ଆଣି ଫୋପାଡିଛି ସେନେଇ ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ ଉକ୍ତ ସ୍ଥାନରେ କିଛିଦିନ ହେବ ଦୁର୍ଗନ୍ଧ ହେଉଥିଲା । ଆଜି କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏକ କଳା ପଲିଥିନ ବନ୍ଧାହୋଇଥିବା ଅବସ୍ଥାରେ ପଡିଥିବା ଦେଖି ଉଲୁଣ୍ଡା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଆଇଆସି ଚନ୍ଦ୍ର ମୋହନ ସିଂ, ଏଏସ୍ଆଇ ପ୍ରହଲ୍ଲାଦ ବାରିକ ପହଞ୍ଚି ଜଣେ ସଫେଇ କର୍ମଚାରୀଙ୍କ ଦ୍ୱାରା ପଲିଥିନକୁ ଖୋଲାଇଥିଲେ । ପଲିଥିନ ଭିତରୁ ମଣିଷ କଙ୍କାଳ ବାହାରିଥିବା ଦେଖିଥିଲେ । ତେବେ କେହି ହତ୍ୟା କରିବାପରେ ପୋଡି ଦେଇ କଙ୍କାଳ ଗୁଡିକ ଜରିରେ ଭର୍ତ୍ତି କରି ଉକ୍ତ ସ୍ଥାନରେ ଫୋପାଡି ଦେଇଥିବା ସନେ୍ଦହ କରାଯାଉଛି । ଘଟଣାସ୍ଥଳରୁ କଙ୍କାଳକୁ ପୁଲିସ ଜବତ କରିଛି । ରବିବାର ସାଇଣ୍ଟିଫିକ୍ ପରୀକ୍ଷା ପାଇଁ ବୁର୍ଲାକୁ ପଠାଯିବ ଏବଂ ସେଠାରୁ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଇଆଇସି ଶ୍ରୀଯୁକ୍ତ ସିଂ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons