ମାଟ୍ରିକ୍ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା

Get real time updates directly on you device, subscribe now.

କିର୍ମିରା,(ବି.ବି.ନୁ୍ୟଜ୍): ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡିହି ଫାଣ୍ଡି ଭୀମଯୋର ପଞ୍ଚାୟତ ଭଉଁରା ଗାଁରେ ଦୁଃଖଦ ଘଟଣା ଘଟିଛି । ପୁଅକୁ ମାଟ୍ରିକ୍ ପରୀକ୍ଷା ଦେଇଯିବାକୁ ବାଧ୍ୟ କରିବାରୁ ପୁଅ ବାଟରେ ଆତ୍ମହତ୍ୟା କରିବା ଘଟଣାରେ ନିଜକୁ ଦାୟୀ କରି ଆତ୍ମଗ୍ଲାନିରେ ପିତା ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ମୃତ ମାଟ୍ରିକ ପରୀକ୍ଷାର୍ଥୀ ଈଶ୍ୱରଙ୍କ ବାପା ରଞ୍ଜିତ ରୋହିଦାସ (୪୦) । ପୁଅର ଶବ ବ୍ୟବଚ୍ଛେଦ ରିପୋର୍ଟ ଏ ଯାଏ ଆସିନଥିବା ବେଳେ ବାପାର ଆତ୍ମହତ୍ୟା ପରିବାର ଲୋକଙ୍କୁ ଭାଙ୍ଗିଦେଇଛି । ରଞ୍ଜିତଙ୍କ ଆଉ ଗୋଟିଏ ପୁଅ ଗୋବିନ୍ଦ ବାଗଡିହି ପୁଲିସ୍କୁ ଖବର ଦେବା ପରେ ଏସ୍ଆଇ କହ୍ନାଇ ଚରଣ ସେଠ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରୁଛନ୍ତି ।
ସୂଚନା ଥାଉ ଗତ ୨୪ ତାରିଖ ଭଉଁରା ସ୍କୁଲରେ ପାଠ ପଢୁଥିବା ଈଶ୍ୱର ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉନଥିବାରୁ ବାପା ଗାଳି କରି ପରୀକ୍ଷା କେନ୍ଦ୍ର ବାଗଡିହି ଆର୍ଏମ୍ପିଏସ୍ ହାଇସ୍କୁଲକୁ ଯିବା ପାଇଁ ବାଧ୍ୟ କରିଥିଲେ । ଈଶ୍ୱର ପରୀକ୍ଷା କେନ୍ଦ୍ରକୁ ବାହାରିଥିବା ବେଳେ ଭୀମଯୋର ପଞ୍ଚାୟତ ନିକଟରେ ବିଷ ପିଇ ଦେଇଥିଲେ । ତାଙ୍କ ପଛପଟେ ଆସୁଥିବା ସହପାଠୀ ତାଙ୍କୁ କିଛି ଖାଉଥିବା ଦେଖିଥିଲେ । ଈଶ୍ୱର ପରେ ଯିବି ବୋଲି ସାଙ୍ଗମାନଙ୍କୁ କହିଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଈଶ୍ୱର ନଆସିବାରୁ ସାଙ୍ଗମାନେ ଫେରିଥିଲେ । ଈଶ୍ୱର ତଳେ ପଡ଼ି ଛଟପଟ ହେଉଥିବା ସେମାନେ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମାବସୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୁଅର ମୃତୁ୍ୟରେ ବାପା ରଞ୍ଜିତ ଭାଙ୍ଗି ପଡ଼ିଥିଲେ । ସେ ଏଥିପାଇଁ ନିଜକୁ ଦାୟୀ କରି ଆତ୍ମଗ୍ଲାନି ଓ ଦୁଃଶ୍ଚିନ୍ତାରେ ଥିଲେ । ଆଜି ଅପରାହ୍ନ ୪ଟାରେ ସେ କୌଣସି ଏକ ବିଷାକ୍ତ ପଦାର୍ଥ ଖାଇ ଦେଇଥିବା ପରିବାର ଲୋକେ କହୁଛନ୍ତି । ବାପା ପୁଅଙ୍କ ଏଭଳି ମୃତୁ୍ୟରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons