ମାଡ଼ ମାରିଲେ, ୧୩ ଜଣଙ୍କୁ ଗାଁରୁ ତଡ଼ିଦେଲେ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): କିଛିିଦିନର ନିରବତା ପରେ ବଣ୍ଡାଘାଟିରେ ପୁଣି ମାଓ ଉପଦ୍ରବ । ପୁଲିସ ଇନଫର୍ମର ସନେ୍ଦହରେ ମୁଦୁଲିପଡା ଥାନା ଡାବୁଗୁଡା ଗାଁର ଏକ ଆଦିବାସୀ ପରିବାରର ୧୩ ଜଣ ସଦସ୍ୟଙ୍କୁ ପ୍ରଜାକୋର୍ଟରେ ହାଜର କରି ନିସ୍ତୁକ ମାଡ଼ ମାରିବା ପରେ ଗାଁରୁ ବିତାଡ଼ିତ କରିଛନ୍ତି ମାଓବାଦୀ । ଗାଁରୁ ତଡ଼ା ଖାଇବା ପରେ ସୁରେନ୍ଦ୍ର ସୀମାଙ୍କ ପରିବାର ଏବେ ବାହାରେ ଘୂରି ବୁଲୁଛନ୍ତି ।
ପୁଲିସ୍ ସୂଚନାଦାତା ସନେ୍ଦହରେ ମାଓବାଦୀମାନେ ସୁରେନ୍ଦ୍ରଙ୍କ ପରିବାରକୁ ଦୁଇଦିନ ତଳେ ଡାବୁଗୁଡା ପାହଡ ନିକଟରେ ଆୟୋଜିତ ପ୍ରଜାକୋର୍ଟରେ ହାଜର କରାଇଥିଲେ । ସେଠାରେ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ । ଛାଡ଼ିଦେବା ଲାଗି ବହୁ କାକୁତି ମିନତି ହୋଇଥିଲେ । ଗାଁ ଛାଡି ପଳାଅ, ନଚେତ ମୃତୁ୍ୟଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ ମାଓବାଦୀ । ଏହାପରେ ମାଓବାଦୀମାନେ ସୁରେନ୍ଦ୍ରଙ୍କ ଘର ଭାଙ୍ଗିଦେବା ସହିତ ଗାଈଗୋରୁ ଏବଂ ଛେଳି ସହ ଧାନଚାଉଳ ଲୁଟି ନେଇଥିଲେ । ମାଓ ଭୟରେ ସେମାନେ ଘରଦ୍ୱାର ଛାଡ଼ିଛନ୍ତି । ରବିବାର ମୁଦୁଲିପଡା ଥାନାରେ ଏ ସଂପର୍କରେ ଜଣାଇଛନ୍ତି । ସୁରକ୍ଷା ଯୋଗାଇ ଦେବାକୁ ଏସ୍ପିଙ୍କ ନିକଟରେ ଗୁହାରି କରିଥିବା ଜଣାପଡିଛି । ଏସ୍ପି ରିଶିକେଶ ଖିଲାରୀ ଡି କହିଛନ୍ତି, ଗାଁ ଛାଡିଥିବା ସୁରେନ୍ଦ୍ରଙ୍କ ପରିବାରକୁ ପୁଲିସ ପ୍ରଶାସନ ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ । ସେମାନଙ୍କ ରହଣୀ ଏବଂ ଖାଦ୍ୟ ବ୍ୟବସ୍ଥା କରିବା ଲାଗି ଆଇଟିଡିଏକୁ ନିଦେ୍ର୍ଧଶ ଦିଆଯାଇଛି । ଏଥିସହ ବଣ୍ଡାଘାଟି ଏବଂ ଡାବୁଗୁଡା ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।
ସୂଚନାଥାଉକି, ଗତ ଅଗଷ୍ଟ ୨୮ତାରିଖରେ ଡାବୁଗୁଡା ଗାଁ ନିକଟ ପାହଡ଼ରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଏଥିରେ ଡିଭିଏଫ ଯବାନ ଜୟରାମ କବାସୀ ସହିଦ ହେବା ସହିତ ଦୁର୍ଦ୍ଧାନ୍ତ ମାଓନେତା ରାକେଶର ମୃତୁ୍ୟ ହୋଇଥିଲା । ରାକେଶର ମୃତୁ୍ୟ ପରଠୁ ରକ୍ତମୁଖା ହୋଇ ଉଠିଥିଲେ ମାଓବାଦୀ । ଡାବୁଗୁଡାବାସୀଙ୍କୁ ବାରମ୍ବାର ଧମକ ଦେଇ ଆସୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons