ପାତ୍ରପୁର,(ବି.ବି.ନୁ୍ୟଜ୍): ଲଗାଣ ବର୍ଷା ପ୍ରଭାବରେ ପାତ୍ରପୁର ବ୍ଲକ ଆମ୍ବପୁର ପଞ୍ଚାୟତର ମାଣିକପୁର ନିକଟ ମାଣିକସାଗର ଘାଇ ଶନିବାର ଅପରାହ୍ନରେ ଭାଙ୍ଗିଯିବା ଫଳରେ ଆନ୍ଧ୍ର-ଓଡ଼ିଶାକୁ ସଂଲଗ୍ନ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ଯାହାଫଳରେ ଯାତାୟତ ସମ୍ପୂର୍ଣ୍ଣ ବ୍ୟାହାତ ହୋଇଛି । ଗତ ଚାରି ଦିନ ଧରି ଲଗାଣ ବର୍ଷା ଫଳରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନସ୍ଥ ମାଣିକସାଗର ଘାଇ ଭାଙ୍ଗିଯିବା ପରେ ପ୍ରବଳ ମାତ୍ରାରେ ପାଣି ରାସ୍ତା ମଧ୍ୟ ଦେଇ ବିଲକୁ ମାଡ଼ି ଯାଇଥିଲା । ରାସ୍ତା ଉପରେ ଧାଡ଼ି ବାନ୍ଧି ଠିଆ ହୋଇ ରାସ୍ତା ପାର କରାଯାଇଥିଲା । ସନ୍ଧ୍ୟା ଯୋଗୁଁ ମରାମତି କାର୍ଯ୍ୟ ହୋଇପାରିନଥିବା ବେଳେ ରବିବାର ସକାଳୁ ଘାଇ ବନ୍ଧା ଯିବ ଓ ରାସ୍ତା କାମ ହେବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗର ଏସ୍ଡିଓ ଅରୁଣ କୁମାର ଶୁକ୍ଲ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.