ମାଫିଆଙ୍କ କବ୍ଜାରେ ମୁରୁମ୍ ଓ ପଥର ଖାଦାନ

Get real time updates directly on you device, subscribe now.

ସୋନପୁର, (ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲାରେ ଭରି ରହିଛି ମୁରୁମ ଓ ପଥର ଖାଦାନ । ଦିନକୁ ଦିନ ଏହି ମୁରୁମ ଓ ପଥର ଖାଦାନ ମାଫିଆଙ୍କ ହାତକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଶସି କାର୍ଯ୍ୟାନୁÂାନ ନିଆନଯିବା ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର, ବୀରମହାରାଜପୁର, ଉଲୁଣ୍ଡା, ତରଭା, ବିନିକା, ରାମପୁର ତହସିଲ ଅଧୀନରେ ଅନେକ ମୁରୁମ ଓ ପଥର ଖାଦାନ ଅଛି । ଏହି ମୁରୁମ ଓ ପଥର ଖାଦାନ ଲୁଟ ହେଉଥିଲେ ମଧ୍ୟ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ନାହିଁ । ଜିଲ୍ଲାରେ ବିଭିନ୍ନ ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ଠିକାଦାରମାନେ ଏହି ରାସ୍ତା ନିର୍ମାଣ ଓ ଗୃହ ନିର୍ମାଣ ପାଇଁ ବେଆଇନ ଭାବରେ ପଥର ଓ ମୁରୁମ ଉତୋଳନ କରୁଛନ୍ତି । ଯେତିକି ରୟାଲଟି ଦେବା କଥା ଦେଉ ନାହାଁନ୍ତି । ରୟାଲଟି ଫାଙ୍କି ଚାଲିଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ଜିଲ୍ଲାରେ ଦିନ ଦ୍ୱିପ୍ରହରରେ ବିଭିନ୍ନ ପଥର ଓ ମୁରୁମ ଖାଦାନରୁ ଉତ୍ତୋଳନ ହେଉଥିଲେ ମଧ୍ୟ ତହସିଲ ପ୍ରଶାସନ ଗୁଡିକ ଠୋସ୍ ପଦକ୍ଷେପ ନେଉନାହାନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons