ବଲାଙ୍ଗୀର: ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଗ୍ରାମବାସୀ ହିତାହିତ ଭୁଲିଗଲେ । ଗାଁ ମଝିରେ କଙ୍ଗାରୁ କୋର୍ଟ କରି ଜଣେ ବୃଦ୍ଧଙ୍କୁ ପ୍ରବଳ ମାଡ଼ ମାରିଲେ । ସେତିକିରେ ମନ ବୁଝିଲାନି, ବୃଦ୍ଧଙ୍କୁ ଜବରଦସ୍ତି ବିÂା ଖୁଆଇଲେ । ଅକଥନୀୟ ନିର୍ଯ୍ୟାତନାରେ ସେ ବେହୋସ ହୋଇଯିବାରୁ ପରିଶ୍ରା ପିଆଇ ଦେଇଥିଲେ । ଏସବୁ ଦୃଶ୍ୟକୁ ମୋବାଇଲରେ କଏଦ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ସଂପୃକ୍ତ ବୃଦ୍ଧଜଣକ ଗ୍ରାମର କେତେକ ଯୁବକଙ୍କୁ ଗୁଣି ଗାରେଡ଼ି କରି ଅସୁସ୍ଥ କରିଦେଉଥିବା ସନେ୍ଦହରେ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇଉଠିଥିଲେ । ଏଭଳି ଏକ ସଂଗିନ ଅଭିଯୋଗ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନେ୍ଧକେଲା ଥାନା ଅନ୍ତର୍ଗତ ପରୁଆଭାଡ଼ି ଗ୍ରାମରୁ ଆସିଛି । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ୩ଜଣଙ୍କୁ ଅଟକ ରଖିଛି ।
ସୂଚନାଅନୁସାରେ, ଗତ ୩ତାରିଖ ଦିନ ପରୁଆଭାଡ଼ି ଗ୍ରାମର ହରିବନ୍ଧୁ ବଗର୍ତ୍ତି ନାମକ ଜଣେ ବୃଦ୍ଧ ଘରେ ଏକା ଥିବା ବେଳେ କେତେକ ଯୁବକ ତାଙ୍କୁ ଘରୁ ଟାଣି ନେଇଥିଲେ । ପରେ ବୃଦ୍ଧଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଡ଼ ମରାଯାଇଥିଲା । ହରିବନ୍ଧୁ ଗୁଣିଗାରେଡ଼ି ବିଦ୍ୟା ଜାଣିଥିବାରୁ ପ୍ରାୟ ସମୟରେ ଗ୍ରାମର ଲୋକଙ୍କୁ ହଇରାଣ ହରକତ କରୁଥିବା ଲୋକେ ଅଭିଯୋଗ କରିଥିଲେ । ପରୁଆଭାଡ଼ି ଗ୍ରାମ ମଝିରେ କେତେକ ଯୁବକ କଙ୍ଗାରୁକୋର୍ଟର ଆୟୋଜନ କରି ତାଙ୍କୁ ଦଣ୍ଡ ବିଧାନ କରାଯିବ ବୋଲି କୁହାଯାଇଥିଲା । ପରେ ସର୍ବସମ୍ମୁଖରେ ତାଙ୍କୁ ମାଡ଼ ମାରି କ୍ଷତବିକ୍ଷତ କରିବା ପରେ ଜବରଦସ୍ତି ବିÂା ଖୁଆଇବା ସହିତ ଅଚେତ ହେବାରୁ ପରିଶ୍ରା ପିଇବାକୁ ବାଧ୍ୟ କରାଯାଇଥିଲା । ଘଟଣାର ଭିଡ଼ିଓ କରି ଭାଇରାଲ ହେବା ପରେ ପୁଲିସକୁ ଖବର ମିଳିଥିଲା । ସିନେ୍ଧକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁର୍ମୁର୍ଷୁ ଅବସ୍ଥାରେ ବୃଦ୍ଧ ହରିବନ୍ଧୁଙ୍କୁ ଉଦ୍ଧାର କରିବା ପରେ ସିନେ୍ଧକେଲା ଥାନାରେ ଭର୍ତ୍ତି କରାଇଥିଲା । ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷେ, ପୁଲିସ ହରିବନ୍ଧୁଙ୍କ ଅଭିଯୋଗ ଆଧାରରେ ୬ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେମାନଙ୍କ ମଧ୍ୟରୁ ଟୁନୁ ପରାଭୁଏ, କୈଳାସ ଘିବେଲା ଏବଂ ଦୟାନନ୍ଦ ଝାଙ୍କରଙ୍କୁ ସିନେ୍ଧକେଲା ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଘଟଣା ସମ୍ପର୍କରେ ଜାଣିବା ପରେ ଟିଟିଲାଗଡ଼ ଏସଡ଼ିପିଓ ସୁରେନ୍ଦ୍ରନାଥ ଶତପଥି ଆଜି ପରୁଆଭାଡି ଗ୍ରାମକୁ ଯାଇ ସ୍ଥିତି ପରଖିଥିବା ଜଣାପଡିଛି । ତେବେ ପ୍ରତିବର୍ଷ ଜିଲ୍ଲାର ସିନେ୍ଧକେଲା, ପାଟଣାଗଡ଼, ଲରମ୍ଭା, ଟିଟିଲାଗଡ଼ ଥାନା ଆଦି ଅଞ୍ଚଳରେ ଅନ୍ଧବିଶ୍ୱାସକୁ କେନ୍ଦ୍ର କରି ଅପରାଧ ସଂଘଟିିତ ହେଉଥିଲେ ସୁଦ୍ଧା ପୁଲିସ ଲୋକଙ୍କୁ ସଚେତନ କରିବାରେ ବିଫଳ ରହୁଥିବା ଅଭିଯୋଗ ହେଉଛି ।
ପ୍ରକାଶ ଯେ, ଗତ ୩ଦିନ ପୂର୍ବରୁ ଟିଟିଲାଗଡ଼ ଥାନା ନିର୍ମୂଳ ଗାଁରେ ୪ଜଣ ନାବାଳିକାଙ୍କ ବ୍ୟବହାରରେ ପରତ୍ତର୍ତ୍ତନ ଆସିଥିଲା । ଲୋକେ ଭୂତ ପ୍ରେତ ଲାଗିଥିବା ସନେ୍ଦହ କରି ଝଡ଼ାଫୁଙ୍କା କରିଥିଲେ । ଗାଁର ମଠଖାଇ ଡ଼ଙ୍ଗରରେ ଥିବା ଦେବୀଙ୍କ ପାଖକୁ ନେଇ ନାବାଳିକାଙ୍କୁ ପୂଜାର୍ଚ୍ଚନା କରିଥିଲେ । ତା’ପରେ ସେମାନେ ଚେତାଶୂନ୍ୟ ହୋଇ ପୁଣି ଚେତା ଫେରିଥିଲେ । ଶେଷରେ ଏହା ଗୁଣିଗାରେଡ଼ି ହୋଇଥିବା କହି ଗାଁରେ ଅସନ୍ତୋଷ ଦେଖାଇଦେଇଥିଲା ।
ରିପୋର୍ଟ ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ


Comments are closed, but trackbacks and pingbacks are open.