କଣିହାଁ: କୋଇଲା ଖଣି ଭିତରେ ଅନଧିକାର ପ୍ରବେଶ କରି ଅପରେଟରଙ୍କୁ ଲୁଟପାଟ୍ କରିବା ସହ ୨୦ ହଜାର ଚାନ୍ଦା ପାଇଁ ଧମକଚମକ ଦେବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ଜରଡ଼ା ଗ୍ରାମର ଅଜୟ କୁମାର ଭୁତିଆ (୨୭) ଓ ସଂଜୟ ଗୋଚ୍ଛାୟତ (୩୦) ବୋଲି କଣିହାଁ ଥାନା ଆଇଆଇସି ପ୍ରକାଶ କରିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଜୟ ଓ ସଂଜୟ ଗତକାଲି ଅପରାହ୍ଣ ପ୍ରାୟ ଦୁଇଟା ବେଳେ କଣିହାଁ କୋଇଲା ଖଣି ମଧ୍ୟରେ ପ୍ରବେଶ କରି ସର୍ଫେସ୍ ମାଇନର୍ରେ ନିୟୋଜିତ କମ୍ପାନି ଅପରେଟର୍ଙ୍କୁ ମାଡ଼ପିଟ୍ ଓ ଧମକଚମକ ଦେଇ ଚାବି ଛଡ଼ାଇ ନେଇଥିଲେ । ୨୦ ହଜାର ଟଙ୍କା ନଦେଲେ ଏଠାରେ କାମ କରାଇ ଦେବେ ନାହିଁ ବୋଲି ପ୍ରକାଶ କରିଥିଲେ । ଟଙ୍କା ନଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଇନ୍ଚାର୍ଜଙ୍କୁ ମଧ୍ୟ ଧମକ ଦେଇଥିଲେ ବୋଲି ଆର୍କେଟିସି ଠିକାସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର୍ ଦିବ୍ୟଜୀବନ ମାନା କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏସ୍ଆଇ ସ୍ମିତାଞ୍ଜଳି ପ୍ରଧାନ ମାମଲାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବୁଧବାର କୋର୍ଟ୍ଚାଲାଣ କରିଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.