ମାରିଅଟ୍ ପରେ ଚର୍ଚ୍ଚାରେ ଫୋର୍ ସିଜନ୍ସ:ଦୁଇଟି ସିଝା ଅଣ୍ଡା ଦାମ ୧,୭୦୦ ଟଙ୍କା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ର ଜେଡବ୍ଲ୍ୟୁ ମାରିଅଟ୍ ହୋଟେଲ୍ର ଏକ ବିଲ୍ ଟ୍ୱିଟରରେ ଯୋଡ଼ି ପୋଷ୍ଟ କରିଥିଲେ । ଦୁଇଟି କଦଳୀ ପାଇଁ ତାଙ୍କୁ ୪୪୨ ଟଙ୍କା ଦେବାକୁ ପଡ଼ିଥିଲା । ରାହୁଲଙ୍କ ଏହି ବିଲ୍ ଏବଂ ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ହୋଟେଲ୍ ବିବାଦ ମଧ୍ୟକୁ ଚାଲିଆସିଥିଲା । ଦୁଇଟି କଦଳୀ ଦାମ ସର୍ବାଧିକ ୫୦ ଟଙ୍କା ହୋଇପାରିବ । କିନ୍ତୁ ୪୪୨ ଟଙ୍କା ହେବା ଅସ୍ୱାଭାବିକ ବୋଲି କୁହାଯାଇଥିଲା । ଏଥିପାଇଁ ହୋଟେଲ୍ ଉପରେ ୨୫,୦୦୦ ଟଙ୍କାର ଜରିମାନା ଲାଗୁ ହୋଇଥିଲା । ଏବେ ଆଉ ଏକ ପଞ୍ଚତାରକା ହୋଟେଲ ସମାନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛି । ଦୁଇଟି ସିଝା ଅଣ୍ଡା ପାଇଁ ଏହା ଜଣେ ଗ୍ରାହକଙ୍କ ଉପରେ ୧,୭୦୦ ଟଙ୍କାର ବିଲ୍ କଷିଛି ।
ମୁମ୍ବାଇର ହାଇଏଣ୍ଡ ‘ଫୋର୍ ସିଜନ୍ସ’ ହୋଟେଲ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁଇଟି ସିଝା ଅଣ୍ଡାର ଦାମ ଖୋଲା ବଜାରରେ ଅତିବେଶିରେ ୧୦ରୁ ୧୫ ଟଙ୍କା ରହିଥିଲା ବେଳେ ଏହି ହୋଟେଲ୍ ୧,୭୦୦ ଟଙ୍କା ନେଇଛି । ଗ୍ରାହକ ଜଣକ ଏ ନେଇ ଟ୍ୱିଟରରେ ସୂଚନା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟ୍ୱିଟର ୟୁଜର କାର୍ଞ୍ଚି ଧର୍ ହୋଟେଲ୍ର ଏକ ବିଲ୍କୁ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟକୁ ସେ ଅଭିନେତା ରାହୁଲ ବୋଷଙ୍କ ଟ୍ୱିଟର ହ୍ୟାଣ୍ଡେଲ ସହ ଟ୍ୟାଗ୍ କରିଛନ୍ତି । ଏ ନେଇ ସମ୍ପୃକ୍ତ ହୋଟେଲ ତରଫରୁ କୌଣସି ବିବୃତି ରଖାଯାଇ ନାହିଁ ।
ଗତମାସରେ ଅଭିନେତା ରାହୁଲ ବୋଷ ଜେଡବ୍ଲ୍ୟୁ ମାରିଅଟ୍ ହୋଟେଲ୍ର ବିଲ୍କୁ ନେଇ ଟ୍ୱିଟ୍ କରିଥିଲେ । କିନ୍ତୁ ଏହି ବିଲ୍କୁ ହୋଟେଲ୍ ସଂଘଗୁଡ଼ିକ ଯଥାର୍ଥ ବୋଲି ଯୁକ୍ତି ବାଢ଼ିଥିଲେ । ସଂଘର ଯୁକ୍ତି ଥିଲା ଯେ ଖୁଚୁରା ଷ୍ଟୋରରୁ କଦଳୀକୁ କମ୍ ଦାମରେ କିଣାଯାଇ ପାରିବ । କିନ୍ତୁ ତାରକା ହୋଟେଲରେ ଏହି କଦଳୀର ଦାମ ସମାନ ରହିବ ନାହିଁ । ହୋଟେଲରେ ଉନ୍ନତ ସେବା, ପ୍ଲେଟ୍, କଟ୍ଲରି ଓ ଅନ୍ୟାନ୍ୟ ସୌଖୀନ ସେବା ପ୍ରଦାନ କରିଥାଏ । ତେଣୁ କେବଳ କଦଳୀର ଦାମକୁ ହିସାବକୁ ନିଆଯିବା ଉଚିତ ନୁହେଁ । ରାସ୍ତାପାଶ୍ୱର୍ ଷ୍ଟଲ୍ରେ ଏକ କଫି କପ୍ର ଦାମ ୧୦ ଟଙ୍କା ହୋଇଥିବା ବେଳେ ଏକ ସୌଖୀନ ହୋଟେଲରେ ଏହାର ଦାମ ୨୫୦ ଟଙ୍କା ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons