ମାର୍କଣ୍ଡେଶ୍ୱର ମନ୍ଦିରରେ ବିଜେ ହେଲେ ମହାଲକ୍ଷ୍ମୀ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ମଙ୍ଗଳବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ମା’ଲକ୍ଷ୍ମୀ ଠାକୁରାଣୀ ୠଷି ପଞ୍ଚମୀ ବ୍ରତ ପାଳନ କରିଛନ୍ତି । ଏହି ଅବସରରେ ମାର୍କଣ୍ଡେୟଙ୍କ ଆଶ୍ରମ ମାର୍କଣ୍ଡେଶ୍ୱର ମନ୍ଦିରରେ ବିଜେ ହୋଇଛନ୍ତି ମହାଲକ୍ଷ୍ମୀ । ସେଠାରେ ପୁରାଣ ଶୁଣିବା ସହ ପୂଜାପଣ୍ଡାଙ୍କୁ ଛଞ୍ଚା( ଚାଉଳ, ପନିପରିବା ଥିବା ମାଟି ହାଣ୍ଡି) ଦେଇଛନ୍ତି । ଏଥିସହିତ ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ଓ ଦାହ ଲୀଳା ଅନୁÂିତ ହୋଇଛି । ଠାକୁରାଣୀଙ୍କୁ ଅନୁସରଣ କରି ମହିଳାମାନେ ୠଷି ପଞ୍ଚମୀ ବ୍ରତ ପାଳନ କରିଛନ୍ତି । ମାର୍କଣ୍ଡେୟ ପରିସରରେ ସପ୍ତ ଋଷିଙ୍କୁ ଫଳ ଭୋଗ ଲଗାଇଛନ୍ତି ।
ମହାଲକ୍ଷ୍ମୀ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତପାହାଚରେ ଥିବା ପାଲିଙ୍କିରେ ବିଜେ ହୋଇଥିଲେ । ଅପରାହ୍ନରେ ମା’ଲକ୍ଷ୍ମୀଠାକୁରାଣୀ ଶ୍ରୀମନ୍ଦିରରୁ ବାହାରିଥିଲେ । ମାର୍କଣ୍ଡେଶ୍ୱରଙ୍କ ମନ୍ଦିର ପରିସରରେ ପହଞ୍ଚିଲା ପରେ ମହାଜନମାନେ ହାତରେ ଠାକୁରାଣୀ’ଙ୍କୁ ଗମ୍ଭୀରାରେ ବିଜେ କରାଇଥିଲେ । ସେଠାରେ ମାଜଣା ଓ ବନକଲାଗି ବଢ଼ିଥିଲା । ଏହାପରେ ପୂଜାପଣ୍ଡା ଋଷି ପଞ୍ଚମୀ କଥା ବ୍ୟାଖା କରିଥିଲେ । ସପ୍ତଋଷିଙ୍କୁ ଫଳ ଭୋଗ କରାଯାଇଥିଲା । ଶୀତଳ ଭୋଗ ଅର୍ପଣ ହେବାପରେ ସନ୍ଧ୍ୟାରେ ଲକ୍ଷ୍ମୀଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡ଼ି ଥିଲେ । ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲାପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିଥିଲା ।
ପୁଣି ରାତିରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ବଢ଼ିବାପରେ ଦକ୍ଷିଣ ଘରୁ ମଦନମୋହନ ଆଜ୍ଞାମାଳ ପାଇ ନାଟମଣ୍ଡପ ଖଟ ଉପରେ ବିଜେ ହୋଇଥିଲେ । ସେଠାରେ ଦାହ ଲୀଳା ନୀତି ସମ୍ପନ୍ନ ହୋଇଥିଲା । ଠାକୁରଙ୍କ ଶୀତଳ ଭୋଗ ଓ ବନ୍ଦାପନା ସରିବାପରେ ମଦନମୋହନ ବାହୁଡ଼ା ବିଜେ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons