ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୩୨୯ ଖଣିର ଲିଜ୍ ଅବଧି ଶେଷ ହେଉଛି । ଏଥିଯୋଗୁ ପାଖାପାଖି ୨.୬୪ ଲକ୍ଷ ଲୋକ ବେକାରୀ ହୋଇଯିବେ । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ସଂଖ୍ୟକ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଦେଶର ବେକାରୀ ହାର ୪୫ ବର୍ଷ ମଧ୍ୟରେ ସର୍ବାଧିକ ସ୍ତର ଛୁଇଁଥିବା ବେଳେ ଏହି ସଦ୍ୟ ଆକଳନ ସରକାରଙ୍କ ଚିନ୍ତା ବଢ଼ାଇବ ।
ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୩୨୯ ଖଣି (ମର୍ଚ୍ଚାଣ୍ଟ ମାଇନ୍ସ)ର ଲିଜ୍ ଅବଧି ଶେଷ ହେଉଥିବା ବେଳେ ତନ୍ମଧ୍ୟରେ ୪୮ଟି ଖଣିରୁ ଏବେ ଉପôାଦନ ଜାରି ରହିଛି । ଏହି ଖଣିରେ ଖନନ କାର୍ଯ୍ୟ ବନ୍ଦ ହୋଇଯିବା ଫଳରେ ଦେଶର ଖଣିଜ ଉପôାଦନ ପାଖାପାଖି ୬୦ ନିୟୁତ ଟନ୍ ହ୍ରାସ ପାଇବ । ବିଶେଷକରି ଲୁହାପଥର ଓ ଅନ୍ୟ କଞ୍ଚାମାଲ ଯୋଗାଣ ପ୍ରଭାବିତ ହେବ । କଞ୍ଚାମାଲ ଯୋଗାଣ ହ୍ରାସ ପାଇବା ଯୋଗୁ ବିଭିନ୍ନ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା ରହିଛି ।
ଉଲ୍ଲେଖଯୋଗ୍ୟ, ନିକଟରେ ସୁପ୍ରିମ୍କୋର୍ଟଙ୍କ ଏକ ରାୟ ଯୋଗୁ ଓଡ଼ିଶା, ଝାଡ଼ଖଣ୍ଡ, ଗୋଆ ଏବଂ କର୍ଣ୍ଣାଟକରେ ଖଣି ଖନନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଏହିସବୁ ରାଜ୍ୟରେ ୨,୦୦,୦୦୦ରୁ ଅଧିକ ଲୋକ ଜୀବନଜୀବିକା ହରାଇଥିଲେ । ସୁପ୍ରିମ୍କୋର୍ଟଙ୍କ ରାୟ ଯୋଗୁ ଗୋଆରେ ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ବେଳେ ଓଡ଼ିଶା, କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ଖଣି ଖନନ କାର୍ଯ୍ୟ ମନ୍ଥର ହୋଇଥିଲା ।
ଦେଶର ଖଣି କ୍ଷେତ୍ରରେ ୨୦୧୨ରେ ସିଧାସଳଖ ୨୩.୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଥିଲା । ଯଦି ସରକାର ଏହି କ୍ଷେତ୍ର ପାଇଁ ସକାରାତ୍ମକ ପଦକ୍ଷେପ ନିଅନ୍ତି, ତା’ହେଲେ ୨୦୨୫ ସୁଦ୍ଧା ୫ କୋଟି ପ୍ରତ୍ୟକ୍ଷ ଓ ପରୋକ୍ଷ ଚାକିରି ସୃଷ୍ଟି ହୋଇପାରନ୍ତା ବୋଲି ଫିମି ପକ୍ଷରୁ ଆକଳନ କରାଯାଇଛି । ଖଣି ଶିଳ୍ପର ଜଣେ କାର୍ଯ୍ୟନିର୍ବାହୀ କହିଛନ୍ତି, ନିକୃଷ୍ଟ ମାନର ନୀତି ଓ ନୀତି କାର୍ଯ୍ୟକାରିତାରେ ବିଫଳତା ଯୋଗୁ ଭାରତର ଖଣି ଶିଳ୍ପ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି । ଅତୀତରେ ବିଚାର ବିଭାଗୀୟ ହସ୍ତକ୍ଷେପ ଯୋଗୁ ଅନେକ ଖଣି ବନ୍ଦ ହୋଇଥିଲା ଏବଂ କିଛି ଖଣିର ଖନନ କାର୍ଯ୍ୟ ସ୍ଥଗିତ ରହିଥିଲା । ଏଥିଯୋଗୁ ଅନେକ ଲୋକ ଜୀବନଜୀବିକା ହରାଇଛନ୍ତି । ଦେଶର ବେକାରୀ ହାରକୁ ଏହା ଆହୁରି ବୃଦ୍ଧି କରିବା ଆଶଙ୍କା ରହିଛି ।
ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍ଏସ୍ଏସ୍ଓ) ପକ୍ଷରୁ ପ୍ରକାଶିତ ତଥ୍ୟ ମୁତାବକ ୨୦୧୧-୧୨ରେ ଭାରତର ବେକାରୀ ହାର ୨.୨ଧ ରହିଥିଲା ଏବଂ ଏହା ୨୦୧୭-୧୮ରେ ୬.୧ଧକୁ ବୃଦ୍ଧି ପାଇଥିଲା । ଏହାଦ୍ୱାରା ଦେଶର ଶ୍ରମଶକ୍ତିରୁ ୪୭ ନିୟୁତ ବା ପାଖାପାଖି ୪.୭ କୋଟି ଲୋକ ଉଭାନ ହୋଇଯାଇଥିଲେ ।
Comments are closed, but trackbacks and pingbacks are open.