ମାର୍ଚ୍ଚ ସୁଦ୍ଧା ସ୍ୱର୍ଗଦ୍ୱାର ନବୀକରଣ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମହାମାରୀ ବିକାଶରେ ବାଧକ ହେବନି । ଆସନ୍ତା ମାର୍ଚ୍ଚ ସୁଦ୍ଧାରେ ପୁରୀ ସ୍ୱର୍ଗଦ୍ୱାରର ନବକଳେବର କାମ ଶେଷ ହେବ । ଏଥିପାଇଁ ପ୍ରକଳ୍ପ କାମକୁ ତ୍ୱରିତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ‘୫ଟି’ ସଚିବ ଭି କେ ପାଣ୍ଡିଆନ୍ । ପୁରୀ ଗସ୍ତରେ ଯାଇ ସେ ସ୍ୱର୍ଗଦ୍ୱାର ପ୍ରକଳ୍ପ କାମ ସମୀକ୍ଷା କରିବା ସହ ଗୋଶାଳା ଓ ଭିକାରୀ ଥଇଥାନ ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ । ଏହାଛଡ଼ା ଶ୍ରୀ ପାଣ୍ଡିଆନ୍ ବାଙ୍କି ମୁହାଣ ଯାଇଥିଲା ବେଳେ ବ୍ଲୁ ଫ୍ଲାଗ ବିଚ୍ ଓ ନିଳାଦ୍ରୀ ବେଳାଭୂମି ମଧ୍ୟ ପରିଦର୍ଶନ କରିଛନ୍ତି । ଶ୍ରୀକ୍ଷେତ୍ରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା ପ୍ରସ୍ତୁତ କରି କାମ ହାତକୁ ନେଇଛନ୍ତି । ଧାର୍ଯ୍ୟ ସମୟରେ ପ୍ରକଳ୍ପ କାମ ଶେଷ କରିବାକୁ ଅଫିସରମାନଙ୍କୁ ସେ ନିଦେ୍ର୍ଧଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ପରେ ପାଣ୍ଡିଆନ୍ । ନିକଟରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପରିକ୍ରମା କରିବା ସହ ଐତିହ୍ୟ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ । ଆଜି (ଶନିବାର) ମୁଖ୍ୟମନ୍ତ୍ରୀଙ୍କ (୫ଟି) ସଚିବ ଶ୍ରୀ ପାଣ୍ଡିଆନ୍ ପୁରୀ ଯାଇ ଶ୍ରୀକ୍ଷେତ୍ର ନବକଳେବର ପାଇଁ ବିଭିନ୍ନ ପ୍ରକଳ୍ପ କାମର ମାରାଥନ୍ ସମୀକ୍ଷା କରଛନ୍ତି । ଚାରିଧାମ ମଧ୍ୟରୁ ପୁରୀ ହେଉଛି ପବିତ୍ର ଧାମ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ କୃପାଭିକ୍ଷା କରିବାକୁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଭକ୍ତ ଧାଇଁ ଆସନ୍ତି । ମହାବାତ୍ୟା ‘ଫୋନି’ର ତାଣ୍ଡବରେ ପୁରୀ ଶ୍ରୀହୀନ ହୋଇପଡ଼ିବା ପରେ ଏ ସହରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇ ଅଣ୍ଟା ଭିଡ଼ିଲେ । ଆରମ୍ଭ ହେଲା ପୁରୀ ଐତିହ୍ୟ କରିଡର କାମ ।
ପୁରୀକୁ ଐତିହ୍ୟ ନଗରୀ ଭାେବେ ଗଢ଼ି ତୋଳିବାକୁ କାମ ଆରମ୍ଭ ହେବା ପରେ ପବିତ୍ର ସ୍ୱର୍ଗଦ୍ୱାରର ନବକଳେବର ପାଇଁ ମଧ୍ୟ ‘ ୫ ଟି’ରେ କାମ ହାତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରକଳ୍ପ ପାଇଁ ପାଣ୍ଠି ବରାଦ ହୋଇଛି । ମଧ୍ୟବର୍ତ୍ତୀକାଳୀନ ଭାବେ ସ୍ୱର୍ଗଦ୍ୱାରକୁ ଆତ୍ମୀୟଙ୍କ ଶବ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ସେଡ୍ ନିର୍ମାଣ କରାଯାଇଛି । ମାତ୍ର ଏହାର ନବୀକରଣ ପ୍ରକଳ୍ପ କାମ ଚାଲୁ ରହିଥିଲା ବେଳେ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ଶ୍ରୀ ପାଣ୍ଡିଆନ୍ ପ୍ରକଳ୍ପ କାମ ପରିଦର୍ଶନ କରିବା ପରେ ନିଦେ୍ର୍ଧଶ ଦେଇଛନ୍ତି ।
ସେହିଭଳି ବଡ଼ଦାଣ୍ଡକୁ ପରିଷ୍କାର ରଖିବାକୁ ବୁଲା ଗାଈଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି । ୭୦୦ ଗାଈଗୋରୁଙ୍କୁ ଗୋଶାଳାରେ ରଖାଯାଇଥିଲା ବେଳେ ଆଉ ୪୦୦ଙ୍କୁ ମାସକ ମଧ୍ୟରେ ଗୋଶାଳାକୁ ନିଆଯିବ । ଏହି ଗୋଶାଳାରେ ରହୁଥିବା ଗୋରୁଙ୍କ ଖାଇବା ଓ ଗୋଶାଳାର ରକ୍ଷଣାବେକ୍ଷଣା ପାଇଁ ୫ ବର୍ଷ ଯାଏ ଆବଶ୍ୟକ ପାଣ୍ଠି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ଗୋଶାଳା ଯାଇ ୫ ଟି ସଚିବ ସ୍ଥିତି ଅନୁଧ୍ୟାନ କରିବା ସହ ପରାମର୍ଶ ଦେଇଥିଲେ ।
ଶ୍ରୀକ୍ଷତ୍ରକୁ ଭିକାରୀମୁକ୍ତ ସହର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବଡ଼ଦାଣ୍ଡରେ ବସୁଥିବା ଭିକାରୀମାନଙ୍କୁ ମର୍ଯ୍ୟାଦାର ସହ ଜୀବନ ଜିଇଁବା ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୫୦୦ ଭିକାରୀଙ୍କୁ ବଡ଼ଦାଣ୍ଡରୁ ନେଇ ବିଭିନ୍ନ ଅନୁÂାନରେ ରଖାଯାଇଛି । ଏମାନଙ୍କ ମଧ୍ୟରୁ ୧୫୦ ଜଣ ତାଙ୍କ ପରିବାର ସହ ପୁଣି ଏକାଠି ହୋଇଛନ୍ତି । ଏ ବାବଦ ଅର୍ଥ ରାଜ୍ୟ ସରକାର ବହନ କରୁଛନ୍ତି । ଖୋଦ ପାଣ୍ଡିଆନ ପୁରୀ ଗସ୍ତ ବେଳେ ଥଇଥାନ ହୋଇଥିବା ଭିକାରୀମାନଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହାପରେ ସେ ବାଙ୍କି ମୁହାଣ ସହ ବ୍ଳୁ ଫ୍ଲାଗ ବିଚ୍ ପରିଦର୍ଶନ କରିଥିଲେ ।
ଶ୍ରୀ ପାଣ୍ଡିଆନଙ୍କ ଏ ଗସ୍ତ ବେଳେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ, ସିଏମସି କମିଶନର ଅନନ୍ୟା ଦାସ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଥିଲେ । କଟକ ଓ ଭୁବନେଶ୍ୱରରେ ମଧ୍ୟ ବୁଲା ଗାଈଗୋରୁଙ୍କୁ ଗୋଶାଳାରେ ରଖିବା ଏବଂ ଭିକାରୀଙ୍କୁ ଥଇଥାନ କରିବାକୁ ଦୁଇ କମିଶନରଙ୍କୁ ୫ ଟି ସଚିବ ପରାମର୍ଶ ଦେଇଥିଲେ । ଏ ନେଇ ତ୍ୱରିତ କାମ ଆରମ୍ଭ କରିବେ ବୋଲି ବିଏମସି ଓ ସିଏମସି କମିଶନର କହିଥିଲେ ।
ଉଲ୍ଲେଖଯୋଗ୍ୟ, ଆମ ଧର୍ମୀୟ ବିଶ୍ୱାସ ସହ ସ୍ୱର୍ଗଦ୍ୱାରର ନିବିଡ଼ ସଂପର୍କ ରହିଛି । ବିଶ୍ୱାସର ପବିତ୍ର ଭୂମି ଏହି ସ୍ୱର୍ଗଦ୍ୱାରର ଉନ୍ନତିମୂଳକ କାମ ସରକାର ଆରମ୍ଭ କରିଛନ୍ତି । ଏଠାରେ ଶବ ବାହକ ଓ ଶବ ଦାହ ପାଇଁ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଶବ ବାହକମାନଙ୍କ ସୁବିଧା ପାଇଁ ନିର୍ମାଣ ହେବ ବିଶ୍ରାମକକ୍ଷ । ଏହି ଉନ୍ନତିମୂଳକ କାମ ପାଇଁ ସ୍ୱର୍ଗଦ୍ୱାରରେ ଥିବା ବିଜୁବାବୁଙ୍କ ସମାଧି ମଧ୍ୟ ହଟାଇବାକୁ ମୁଖ୍ୟମନ୍ତ୍ରୀ ‘ହଁ’ ମାରିଥିଲେ । ଏଠାରେ ବ୍ୟାପକ ବୃକ୍ଷରୋପଣ ସହ ଅସ୍ଥି ସଂଗ୍ରହ ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons