ମାର୍ଶାଘାଇ ଗଗନ ସାହୁ ହତ୍ୟାକାଣ୍ଡ:ପୁଲିସ ଏନ୍କାଉଣ୍ଟର୍ରେ ୨ ଅଭିଯୁକ୍ତ ଗୁରୁତର

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ମାର୍ଶାଘାଇ ମଣିକୁଣ୍ଡା ଗଗନ ସାହୁ ହତ୍ୟାକାଣ୍ଡର ମାଷ୍ଟର୍ମାଇଣ୍ଡ୍ ଅନନ୍ତ ପ୍ରସାଦ ଜେନା ଓରଫ ଭେଲୁ ସହିତ ତାର ସହଯୋଗୀ ପ୍ରଭାତ ନାୟକ ଓରଫ ମିଟୁନାକୁ ଆଜି କବ୍ଜାକୁ ନେଇଛି କେନ୍ଦ୍ରାପଡ଼ା ପୁଲିସ । ବିଭିନ୍ନ ସମୟରେ ପୁଲିସକୁ ଚକମା ଦେଇ ଏହି ଦୁଇ ଅଭିଯୁକ୍ତ ଖସି ଯାଉଥିଲେ ।
ଗତକାଲି ବିଳମ୍ୱିତ ରାତିରେ ଅପରାଧୀ ଦ୍ୱୟ ପାରାଦୀପ ଆଡ଼ୁ ଏକ ବାଇକ୍ରେ ଫେରୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ପିଛା କରିଥିଲା । ମାର୍ଶାଘାଇ-ଅଙ୍ଗୁଳାଇ ରାସ୍ତାର କଳାପୋଲ ନିକଟରେ ସେମାନଙ୍କୁ ଘେରି ଯାଇଥିଲା ମାର୍ଶାଘାଇ ପୁଲିସ ଓ ଜିଲ୍ଲା ସ୍ପେସାଲ୍ ସ୍କ୍ୱାଡ୍ ପୁଲିସର ମିଳିତ ଟିମ୍ । ପୁଲିସର ସୂଚନା ମୁତାବକ, ଆତ୍ମସମର୍ପଣ କରିବାକୁ ପୁଲିସ ଉଭୟଙ୍କୁ ସତର୍କ କରିଥିଲେ ବି ସେମାନେ ପୁଲିସ କଥା ଶୁଣିବା ବଦଳରେ ପାଲଟା ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ଫଳରେ ପୁଲିସକୁ ବାଧ୍ୟ ହୋଇ ଭେଲୁ ଓ ମିଟୁନା ଉପରକୁ ଗୁଳି ଚାଳନା କରିବାକୁ ପଡ଼ିଥିଲା । ପୁଲିସ ୪ ରାଉଣ୍ଡ ଗୁଳି ଚାଳନା କରିଥିଲା । ଭେଲୁର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ମିଟୁନାର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରୁ ଏକ ନମ୍ୱର ବିହୀନ ପଲ୍ସର୍, ବନ୍ଧୁକ, ଗୁଳି, ସ୍ମାର୍ଟଫୋନ ଏବଂ କିଛି ବେନାମୀ ସିମ୍ କାର୍ଡ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ଛାନ୍ଭିନ୍ ଆରମ୍ଭ କରିଛି । ଧରା ପଡ଼ିଥିବା ଅପରାଧୀ ଦ୍ୱୟଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଅଗଷ୍ଟ ୧୪ କଳପଡ଼ା ଗୁଳିକାଣ୍ଡ ପଛରେ ବି ଏମାନଙ୍କ ହାତ ଥିବା ପୁଲିସ କହିଛି । ଜେରା ପରେ ସେ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି ।
ଗତ ସେପ୍ଟେମ୍ୱର ୧୮ରେ ହାତିଆ-ହଜାରି ରାସ୍ତା ମଝିରେ ଚେରା ମଦ, କୋରେr ବେପାରରେ ଧାରକରଜ ଓ ଦାଦାବଟିକୁ କେନ୍ଦ୍ର କରି ମଣିକୁଣ୍ଡାର ଔଷଧ ବ୍ୟବସାୟୀ ଗଗନ ସାହୁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭେଲୁକୁ ଧରିବା ପୁଲିସ ଲାଗି ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଥିଲା । ଭେଲୁ ଓ ତା’ର ସହଯୋଗୀ ମିଟୁନାକୁ ଖୋଜି ଠାବ କରିବା ପୁଲିସ ଲାଗି କାଠିକର ପାଠ ହୋଇପଡିଥିଲା । ବାରମ୍ୱାର ଚକମା ଦେଇ ଆସୁଥିବା ଅପରାଧୀ ଦ୍ୱୟ ଶେଷରେ ପୁଲିସ କବ୍ଜାକୁ ଆସିଛନ୍ତି । ଗଗନ ସାହୁ ହତ୍ୟାକାଣ୍ଡ ଘଟଣାରେ ପୁଲିସ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣ ଧରାପଡ଼ିଛନ୍ତି । ଏହି ଘଟଣାରେ ପୁଲିସ ଅଦ୍ୟାବଧି ମୋଟ ୧୧ ଜଣଙ୍କୁ ଗିରଫ କରିସାରିଲାଣି । ଭେଲୁ ଘର ମଣିକୁଣ୍ଡା ହୋଇଥିବା ବେଳେ ମିଟୁନାର ଘର ମାଣିତିରି ଗ୍ରାମରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons