ମାଲକାନଗିରିକୁ ୟୁଏନଡିପିର ଭୂୟସୀ ପ୍ରଶଂସା

Get real time updates directly on you device, subscribe now.

ମାଲକାନଗିରି: ଭାରତ ସରକାରଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ପଛୁଆ ଜିଲ୍ଲାଗୁଡ଼ିକର ବିକାଶରେ ବେଶ ସହାୟକ ହୋଇଛି । ଆକାଂକ୍ଷୀ ମଡେଲ ଅପେକ୍ଷାକୃତ ପଛୁଆ ଓ ଅନୁନ୍ନତ ଜିଲ୍ଲାରେ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ବିକାଶକୁ ଆଗକୁ ନେବାରେ ସହାୟକ ହୋଇଛି । ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଇଣ୍ଡିଆ ଏହାର ଏମିତି ପ୍ରଶଂସା କରିଛି । ଓଡ଼ିଶାର ମାଲକାନଗିରି ଜିଲ୍ଲା ବେଶ ସଫଳତାର ସହ ଆକାଂକ୍ଷୀ ମଡେଲକୁ କାର୍ଯ୍ୟକାରୀ କରୁଛି ବୋଲି ଦର୍ଶାଇ ଭୂୟସୀ ପ୍ରଶଂସା କରିଛି ୟୁଏନଡିପି । ମାଲକାନଗିରି ଜିଲ୍ଲାର ବିକାଶରେ ଏ ମଡେଲ ସଫଳ ହୋଇଛି ବୋଲି ୟୁଏନଡିପି ଦର୍ଶାଇଛି । ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ସହ କୋଭିଡ ମୁକାବିଲାରେ ଜିଲ୍ଲାର ପ୍ରଦର୍ଶନ ଉଲ୍ଲେଖନୀୟ ବୋଲି ରିପୋର୍ଟରେ କୁହାଯାଇଛି ।
ଏପରିକି ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଆଞ୍ଚଳିକ ତାରତମ୍ୟକୁ ଦୂର କରିବାକୁ ‘ଆକାଂକ୍ଷୀ ମଡେଲ’ ଅନୁକରଣ କରିବା ଲାଗି ସୁପାରିସ କରାଯାଇଛି ।
ୟୁଏନଡିପିର ଜାରି ରିପୋର୍ଟରେ ଦର୍ଶାଯାଇଛି, ମାଲକାନଗିରି ଜିଲ୍ଲା ପଡେ଼ାଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଖୁବ୍ ନିକଟରେ ରହିଛି । ଛତିଶଗଡ ଓ ଆନ୍ଧ୍ରରେ ସଂକ୍ରମଣ ହାର ଉଚ୍ଚା ଥିଲାବେଳେ ଲକଡାଉନର ପ୍ରାରମ୍ଭିକ ସମୟରେ ଏଠାରୁ ବହୁ ପ୍ରବାସୀ ଶ୍ରମିକ ରାଜ୍ୟମୁହାଁ ହୋଇଥିଲେ । ମାଲକାନଗିରି ହିଁ ଥିଲା ପ୍ରବେଶ ପଥ । ମାତ୍ର ଜିଲ୍ଲା ଅଧିକାରୀମାନେ ଠିକଣା ଭାବେ ପ୍ରବାସୀମାନଙ୍କ ପାଇଁ ସେମାନଙ୍କର ନୂଆ ଭିତ୍ତିଭୂମିକୁ କ୍ୱାରେଣ୍ଟାଇନ କେନ୍ଦ୍ର ଭାବେ ଉପଯୋଗ କରିଛନ୍ତି । କରୋନା ମୁକାବିଲାରେ ଏହା ବେଶ ସହାୟକ ହୋଇପାରିଛି । ବାସ୍ତବ ସମୟ ତଥ୍ୟର ଅନୁଧ୍ୟାନ, ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ମଧ୍ୟରେ ସମନ୍ୱୟ କାରଣରୁ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ହୋଇପାରିଛି ।
ରିପୋର୍ଟ ଦର୍ଶାଇଛି, ଏଡିପିରେ ଲକ୍ଷ୍ୟବଦ୍ଧ ପ୍ରୟାସ ଫଳରେ ଉପାନ୍ତ ତଥା ମାଓ ଉପଦ୍ରୁତ ଏ ଜିଲ୍ଲାଗୁଡ଼ିକରେ ବିଗତ ତିନି ବର୍ଷ ମଧ୍ୟରେ ପୂର୍ବାପେକ୍ଷା ଅଧିକ ବିକାଶ ଓ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମର ରୂପାୟନରେ ଅନେକ ବାଧା ରହିଥିଲେ ସୁଦ୍ଧା ଏପିଡି ପଛୁଆ ଜିଲ୍ଲାଗୁଡ଼ିକରେ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବାରେ ବେଶ୍ ସଫଳ ହୋଇପାରିଛି । ବିକାଶ ହିଁ ମାଓ କାର୍ଯ୍ୟକଳାପକୁ ହ୍ରାସ କରିପାରିଛି ।
ଏଡିପିର ପାଞ୍ଚଟି ପ୍ରମୁଖ କ୍ଷେତ୍ର-ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଶିକ୍ଷା, କୃଷି ଓ ଜଳସମ୍ପଦ, ମୌଳିକ ଭିତ୍ତିଭୂମି,ଦକ୍ଷତା ବିକାଶ ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣରେ କରାଯାଇଥିବା ୟୁଏନଡିପିର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏହିସବୁ ଜିଲ୍ଲାରେ ବିକାଶକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିଛି । ରିପାର୍ଟରେ କୁହାଯାଇଛି, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଶିକ୍ଷା, କୃଷି ଓ ଜଳ ସମ୍ପଦ କ୍ଷେତ୍ରରେ ବ୍ୟାପକ ସୁଧାର ଆସିଛି । ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଅଣ-ଆକାଂକ୍ଷୀ ଜିଲ୍ଲା ତୁଳନାରେ ବେଶ୍ ଆଗେଇ ପାରିଛନ୍ତି । ଦକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ୯.୬ଧ ପ୍ରସବ ଘରେ ସମ୍ପାଦିତ ହୋଇଛି । ଗୁରୁତର ଆନିମିଆ ଥିବା ୪.୫ଧରୁ ଅଧିକ ଗର୍ଭବତୀ ମହିଳାଙ୍କର ଚିକିତ୍ସା କରାଯାଇଛି । ୪.୮ଧ ଡାଇରିଆ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ଏବଂ ୪.୫ଧରୁ ଅଧିକ ଗର୍ଭବତୀଙ୍କୁ ଗର୍ଭଧାରଣର ପ୍ରଥମ ତିନି ମାସ ମଧ୍ୟରେ ପ୍ରସବ ପୂର୍ବବର୍ତ୍ତୀ ଚିକିତ୍ସା ପ୍ରଦାନ କରାଯାଇପାରିଛି ।
ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଯଥାକ୍ରମେ ୪୦୬ ଓ ୮୪୭ରୁ ଅଧିକ ପଞ୍ଜୀକରଣ ଏବଂ ୧୫୮୦ରୁ ଅଧିକ ଆକାଉଣ୍ଟ ଖୋଲାଯାଇପାରିଛି । ଆକାଂକ୍ଷୀ ଜିଲ୍ଲାର ସବୁଠୁ ଶ୍ରେÂ ପଦକ୍ଷେପ ଭାବେ ୟୁଏନଡିପି ପକ୍ଷରୁ “ମାଲେରିଆ ମୁକ୍ତ ବସ୍ତର ଅଭିଯାନ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡ଼ା ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣକୁ ଯଥାକ୍ରମେ ୭୧ଧ ଓ ୫୪ଧ ପର୍ଯ୍ୟନ୍ତ ହ୍ରାସ କରାଯାଇପାରିଛି ।
ଏହି ରିପାର୍ଟରେ ମଧ୍ୟ ଅଭିନବ ସହଭାଗୀ ପ୍ରକୃତିକୁ ପ୍ରଶଂସା କରାଯାଇଛି । ଏଥିରେ ରାଜ୍ୟ ଓ ସ୍ଥାନୀୟ ସରକାର, ବିକାଶ ସହଭାଗୀ ଓ ନାଗରିକଙ୍କ ସମେତ ସମସ୍ତ ଅଂଶୀଦାରମାନଙ୍କୁ ସାଥୀରେ ନେଇ ନିର୍ଦ୍ଧାରିତ ଲକ୍ଷ୍ୟ ଓ ଉଦେ୍ଧଶ୍ୟ ହାସଲ କରିବାର ବ୍ୟବସ୍ଥା ରହିଛି । ଗୋÂୀର ସହଯୋଗ କୋଭିଡ ମୁକାବିଲାରେ ସାହାଯ୍ୟ କରିପାରିଛି ।
ଏହି କାର୍ଯ୍ୟକ୍ରମ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାକୁ ରିପୋର୍ଟରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମ ୨୦୧୮ରେ ଆରମ୍ଭ କରାଯାଇଥିଲା । ସେବେଠାରୁ ପ୍ରଧାନମନ୍ତ୍ରୀ ନିୟମିତ ଭାବେ କ୍ଷେତ୍ରୀୟ ସ୍ତରରେ ଶ୍ରେÂ ପ୍ରଦର୍ଶନ କରିବା ଲାଗି ଜିଲ୍ଲାପାଳମାନଙ୍କୁ ଉତ୍ସାହିତ ଓ ଅନୁପ୍ରାଣିତ କରି ଆସୁଛନ୍ତି ।
ଏହି ରିପୋର୍ଟକୁ ଆଜି ୟୁଏନଡିପି ଇଣ୍ଡିଆର ଆବାସିକ ପ୍ରତିନିଧି ଶାକା ନାଡା ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର ଓ ସିଇଓ ଅମିତାଭ କାନ୍ତଙ୍କୁ ହସ୍ତାନ୍ତର କରିଥିଲେ । ଏଥିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତିକୁ ସାମିଲ କରାଯାଇଛି ଏବଂ ଏଥିରେ ଅଧିକ ସୁଧାର ସୁପାରିସ କରାଯାଇଛି । ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୦୧୮ରେ ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ନାଗରିକମାନଙ୍କ ଜୀବନ ସ୍ତରକୁ ଉନ୍ନତ କରିବା ଏବଂ ସମସ୍ତଙ୍କ ପାଇଁ “ସବ୍କା ସାଥ୍, ସବକା ବିକାଶ’ ସୁନିଶ୍ଚିତ କରିବା ଲାଗି ଏହା ଆରମ୍ଭ ହୋଇଥିଲା ।

ରିପୋର୍ଟ: ସତ୍ୟ ପ୍ରକାଶ ସାମଲ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons