ମାଲକାନଗିରିରେ ମାଓ ବିରୋଧୀ ପୋଷ୍ଟର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ୱାଭିମାନ ଅଞ୍ଚଳରେ । ବିଚ୍ଛିନ୍ନ ଅଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ମାଓବାଦୀଙ୍କୁ ବିରୋଧ କରିବା ସହ ନୀରିହ ଜନତାଙ୍କ ଉପରେ ମାଓବାଦୀ ଜୁଲୁମ କରୁଥିବା ଅଭିଯୋଗ ହୋଇଛି । କରୋନା ସମୟରେ ମାଓବାଦୀ ମାନେ ବିଭିନ୍ନ ଗାଁକୁ ଯାଇ ଶତାଧିକ ଲୋକଙ୍କୁ ଡାକି ମିଟିଂ କରାଉଛନ୍ତି । ଏଥିରେ କରୋନା ବ୍ୟାପିବାର ଭୟ ରହୁଛି ଓ ସରକାରୀ ନିୟମକୁ ଉଲଂଘନ କରାଯାଉଛି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ସରକାର ଦେଇଥିବା ଅଗ୍ରୀମ ୩ମାସର ଭତ୍ତା ଓ ରାସନ ଲୋକଙ୍କଠୁ ମାଓବାଦୀ ଲୁଟି ନେଉଛନ୍ତି । ଉନ୍ନୟନ ମୂଳକ କାମକୁ ମାଓବାଦୀ ବିରୋଧ କରୁଥିବାରୁ ଅଞ୍ଚଳରେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଅଞ୍ଚଳର ବିକାଶ ଲାଗି ସମସ୍ତେ ମିଶି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବା ସହ ମାଓବାଦୀଙ୍କ ଶିକାର ଲୋକଙ୍କୁ ସରକାରୀ ସୁବିଧା ମିଳିବା ପାଇଁ ଆହ୍ୱାନ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons