ମାଲକାନଗିରି,(ବି.ବି.ନୁ୍ୟଜ୍) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢିଚାଲିଛି । ଆଜି ଜିଲ୍ଲାରେ ପୁଣି ୧୦ଜଣ ନୁଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପୌରାଚଂଳର ସ୍ଥାନୀୟ ବ୍ୟକ୍ତି ହୋଇଥିବା ବଳେ ଅନ୍ୟ ୮ଜଣ ମାଲକାନଗିରି ବ୍ଲକ ଏମଭି୭ କ୍ୱାରେଟାଂଇନ କେନ୍ଦ୍ରରେ ଥିବା ତାମିଲନାଡୁ,ଦିଲ୍ଲୀ ଫେରନ୍ତା ପ୍ରବାସୀ ଓ ଅନ୍ୟ ଜଣେ ଏମଭି୭ କ୍ୱାରେଟାଂଇନ କେନ୍ଦ୍ରରେ ମୂତୟନଥିବା କର୍ମଚାରୀ ବୋଲି ଜଣାପଡିଛି । ଆଜିର ୧୦ଜଣ ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ ରେ ପହଁଚିଗଲାଣି,ସେଥିମଧ୍ୟରୁ ୫୨ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୫୪ ଜଣ ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବାର ଜିଲ୍ଲାପ୍ରସାସନ ସୁତ୍ରରୁ ଜଣାପଡିଛି । ପୌରାଚଂଳ ର ମେଡିକାଲ ଛକ ଠାରୁ ଆଇଏମଏସଟି ଛକ,ବାଲିମେଳା ଛକ ଠାରୁ କେନାଲଛକ ଅଚଂଳକୁ କଟେଂନମେଟଂ ଓ ବଫର ଜୋନ ଘୋଷଣା କରାଯାଇ ମୁଖ୍ୟରାସ୍ତାରେ ଛକ ଗୁଡିକରେ ପୁଲିସ କଡାପ୍ରହରା ସହିତ ରାସ୍ତାଗୁଡିକୁ ବନ୍ଦକରିଦିଆ ଯାଇଛି । ଠିକସେହିପରି ଏମଭି୭ ସଙ୍ଗରୋଧ କେନ୍ଦ୍ର କୁ କଟେଂନମେଟଂ ଜୋନ ଘୋଷଣା କରା ଯାଇ ୧୦୦ମିଟର ଦୂରତାରେ ଥିବା ଦୋକାନବଜାର ଗୁଡିକୁ ବନ୍ଦକରାଯିବା ସହ ସେ ଅଚଂଳରେ ଥିବା ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଶେଷ କରି ମାଲକାନଗିରି ସହରରେ ଥିବା ମାଲ୍ୟବନ୍ତଛାତ୍ର ବାସ ସଙ୍ଗରୋଧ କେନ୍ଦ୍ରରୁ ୩୫ଜଣ ବିଏସଏଫ ଯବାନ ଓ ପୌରାଅଚଂଳରେ ଆଜି ଜଣେ ସାଧାରଣ ନାଗରିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଆସନ୍ତା ୩ତାରିଖ ରାତ୍ର୮ଟା ଠାରୁ ୫ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ଦୁଇଦିନ ଧରି ପୌରାଚଂଳକୁ ସଟ୍ ଡାଉନ ଘୋଷଣା କରାଯାଇଥିବାର ଜିଲ୍ଲାପାଳ ମନୀଷଅଗ୍ର ଓ୍ୟାଲ ସୁଚନାଦେଇଛନ୍ତି । ଆଜିର ସଂକ୍ରମଣ ମାନଙ୍କ ଟ୍ରାଭେଲ ରିପୋର୍ଟ ଜଣା ପଡିଯାଇଛି ,ପୌରାଚଂଳରେ ଚିହ୍ନଟ ଆକ୍ରାନ୍ତ ବ୍ୟକ୍ତି ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । ଆଜିର କରୋନା ସଂକ୍ରମିତ୧୦ଜଣଙ୍କୁ ଚିକିତ୍ସାନିମନ୍ତେ କୋଭିଡ ହସପିଟାଲକୁ ପଠାଇଦିଆ ଯାଇଛି ,କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଆସନ୍ତା ୩ତାରିଖରେ ହେବାକୁ ଥିବା ସଟ୍ ଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି ।


Comments are closed, but trackbacks and pingbacks are open.