ମାଲକାନଗିରି ସହରରେ ଗୋ’ହତ୍ୟା: ବସ୍ତିରେ ଉତ୍ତେଜନା, ୨ ଗିରଫ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନ୍ୟୁଜ୍): ମାଲକାନଗିରି ବ୍ଲକ କଲୋନୀ ନିକଟ ବଣ୍ଡାବାକୁଲିଗୁଡାରେ ବେଆଇନ ଗୋ’ହତ୍ୟା ନେଇ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଏହି ଗାଁର ପ୍ରେମାନନ୍ଦ ନାୟକ ଓ ଦିବ୍ୟ ନାୟକ । ଜିଲ୍ଲା ସଦର ମହାକୁମାଠାରେ ଗୋ’ହତ୍ୟା ଘଟଣାକୁ ସବୁମହଲରେ ନିନ୍ଦା କରାଯାଇଛି ।
ବ୍ଲକ କୋଲନୀର ନାରାୟଣ ଗୌଡଙ୍କ ଏକ ଗାଈ ଶନିବାର ହଜି ଯାଇଥିଲା । ଶ୍ରୀ ଗୌଡ ତାଙ୍କ ଗାଈକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ପାଇ ନଥିଲେ । ଶନିବାର ରାତିରେ ପୁଣିଥରେ ଗାଈ ଖୋଜିବାକୁ ଯାଇଥିଲେ । କଲୋନୀ ନିକଟ ବଣ୍ଡାବାକୁଲିଗୁଡା ଗାଁକୁ ଯାଇ ସେଠାରେ ବହୁତ ଲୋକ ଘେରି ରହିଥିବା ଦେଖିବାକୁ ପାଇଥିଲେ । ଉତ୍ସୁକତା ବଶତଃ ଦେଖିବା ବେଳକୁ ତାଙ୍କର ଗାଈଟିକୁ ୨ଜଣ ଲୋକ ମାରିଦେଇ ଚମଡା କାଢି ମାଂସ ବାହାର କରୁଥିଲେ । ଏହା ଦେଖି ଶ୍ରୀ ଗୌଡ ତାଙ୍କ ଘରକୁ ଜଣାଇବାରୁ ବ୍ଲକ କଲୋନୀ ବାସିନ୍ଦା ସେଠାରେ ପହଞ୍ଚିଥିଲେ । ଗାଈ କାଟୁଥିବା ଲୋକଙ୍କ ସହ କଲୋନୀବାସିନ୍ଦାଙ୍କ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ଗୋ’ସୁରକ୍ଷା ସମିତିର କର୍ମକର୍ତ୍ତା ଓ ଜୀବମଙ୍ଗଳ ବିଭାଗର ସଦସ୍ୟ ରାମକୃଷ୍ଣ ଚୌ%ୁରୀ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଅବଗତ କରାଇଥିଲେ । ଥାନା ଅ%ôକାରୀ ରାମପ୍ରସାଦ ନାଗ ସଦଳବଳେ ସେଠାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥତି ନିୟନ୍ତ୍ରଣ ହୋଇଥିଲା । ନାରାୟଣ ଗୌଡ ଏନେଇ ଥାନାରେ ପ୍ରେମାନନ୍ଦ ଓ ଦିବ୍ୟଙ୍କ ବିରୋ%ରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ କଟାଯାଇଥିବା ଗାଈର ମୃତଶରୀରକୁ ଜବତ କରି ଉଭୟଙ୍କୁ ଗିରଫ କରିଥିଲା । ଗୋ’ହତ୍ୟା ଅଭିଯୋଗରେ ଏକ ମାମଲା ରୁଜୁ କରି ଆଜି ସକାଳେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons