ଜୟପୁର,(ବି.ବି.ନ୍ୟୁଜ୍): ଏହି ଇନୋଭା ଗାଡ଼ିଟିର ନମ୍ବର ହେଉଛି ଓଡି-୦୨ଏସି-୬୪୭୧ । ପଞ୍ଜୀକରଣ ଅନୁସାରେ ଏହା ଏକ ବ୍ୟକ୍ତିଗତ ଗାଡି । ଏହି ଗାଡିରେ ୧ ଲକ୍ଷ ୯୧ ହଜାର ଟଙ୍କା ଧରି ବ୍ରହ୍ମପୁର ଯାଉଥିବା ବେଳେ ବୈପାରିଗୁଡା ନିକଟରେ ଭିଜାଲାନ୍ସ ହାତରେ ଧରାପଡିଥିଲେ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ(ସିଏସ୍ଓ)ଅଭିମନ୍ୟୁ ମହାନ୍ତି । ଗିରଫ ହୋଇ ଏବେ ଶ୍ରୀ ମହାନ୍ତି ଜେଲ୍ରେ ଅଛନ୍ତି । ସୀମାଞ୍ଚଳ ହେଉଛନ୍ତି ଜଣେ ମିଲ୍ ମାଲିକ । ତାଙ୍କ ନାଁରେ ମାଲକାନଗିରିରେ ରହିଛି ସୁବଳେଶ୍ୱର ମଡର୍ଣ୍ଣ ରାଇସ୍ ମିଲ୍ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଯୋଗାଣ ଅଧିକାରୀ ଏବଂ ମିଲ୍ ମାଲିକଙ୍କ ମଧ୍ୟରେ ରହିଥିଲା ମଧୁ ଚନ୍ଦ୍ରିକା । ନହେଲେ କେଉଁ ସ୍ୱାର୍ଥରେ ମିଲ୍ ମାଲିକ ନିଜ ବ୍ୟକ୍ତିଗତ ଗାଡିକୁ ସିଏସ୍ଓଙ୍କୁ ଦେଇଥିଲେ । ଏପଟେ ସିଏସ୍ଓ ଭଡାରେ ଗାଡି ନନେଇ ମିଲର୍ଙ୍କ ଗାଡି ବ୍ୟବହାର କରିଥିଲେ କାହିଁକି, ଏସବୁର ମଧ୍ୟ ତଦନ୍ତ ହେବା ଦରକାର ।
Comments are closed, but trackbacks and pingbacks are open.