ମାଷ୍ଟର କ୍ୟାଣ୍ଟିନ ଛକରେ ଚାଞ୍ଚଲ୍ୟ:ଅଟୋରୁ ମିଳିଲା ୪ ଅଫୁଟା ବୋମା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କ୍ୟାପିଟାଲ ଥାନା ପୁଲିସ ଶନିବାର ଅପରାହ୍ଣରେ ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରୁ ଏକ ଅଟୋ ସହ ୪ଟି ଅଫୁଟା ବୋମା ଜବତ କରିଛି । ଅଟୋ ଚାଳକଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଅଟକ ଅଟୋ ଚାଳକଙ୍କ ନାମ ଜଗନ୍ନାଥ ରେଡ୍ଡି । ତଦନ୍ତ ଚାଲିଥିବାରୁ ପୁଲିସ ସବିଶେଷ ତଥ୍ୟ ଦେଉନାହିଁ ।
ପୁଲିସ ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ସାଢ଼େ ୩ଟାରେ ଏକ ଅଜଣା ଫୋନ୍ କଲ୍ ପାଇ କ୍ୟାପିଟାଲ ଥାନା ପୁଲିସ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଥିବା ଏକ ନାମୀଦାମୀ ଫାଷ୍ଟ୍ଫୁଡ୍ ଦୋକାନ ନିକଟରେ ପହଞ୍ଚିଥିଲା । ସେଠାରେ ଥୁଆ ହୋଇଥିବା ଏକ ଅଟୋରୁ ପୁଲିସ ୪ଟି ଅଫୁଟା ବୋମା ଜବତ କରିଥିଲା । ଅଟୋ ଭିତରେ ବୋମା ଥିବା ଖବର ପ୍ରଚାରିତ ହେବାପରେ ସେଠାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । କିଛି ସମୟ ପରେ ଅଟୋ ଚାଳକ ପହଞ୍ଚିବା ପରେ ପୁଲିସ ତାଙ୍କୁ ଥାନାକୁ ଉଠାଇ ନେଇଥିଲା । ତାଙ୍କ ନାମ ଜଗନ୍ନାଥ ରେଡ୍ଡି ବୋଲି ପୁଲିସ କହିଛି । ଜଗନ୍ନାଥ ଅଟୋରେ ବୋମା କାହିଁକି ରଖିଥିଲେ ଓ ବୋମା କେଉଁଠାରୁ ଆଣିଥିଲେ ସେନେଇ ପୁଲିସ ତାଙ୍କୁ ପଚରାଉଚରା କରୁଛି । ମାଷ୍ଟରକ୍ୟାଣ୍ଟିନ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ସେ କେଉଁ ଉଦ୍ଦେଶ୍ୟରେ ଅଟୋରେ ବୋମା ରଖିଥିଲେ ତାହାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons