ମାସକ ପରେ ବନ୍ଧା ହେଲା ମାଷ୍ଟର୍ମାଇଣ୍ଡ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ବଜାରରେ ଥିବା ଷ୍ଟେଟବ୍ୟାଙ୍କ୍ ଏଟିଏମ୍ ଲୁଟ୍ ଘଟଣାରେ ପୁଲିସ୍କୁ ବଡ଼ ସଫଳତା ମିଳିଛି । ଲୁଟର ମାସକ ପରେ ଆଜି ପୁଲିସ ମାଷ୍ଟରମାଇଣ୍ଡକୁ ଗିରଫ କରିଛି । ଗିରଫ ମାଷ୍ଟର୍ମାଇଣ୍ଡ୍ ହେଲା ବାପି ଓରଫ୍ ସତ୍ୟବ୍ରତ ନାୟକ । ତା’ର ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି ।
ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ୍ ସମ୍ପୂର୍ଣ୍ଣ ତଥ୍ୟ ଗୋପନ ରଖିଛି । ତେବେ ଅଭିଯୁକ୍ତଠାରୁ ପୁଲିସ୍ ନଗଦ ୫ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି । ଏହାଛଡ଼ା ୪ଟି ଦାମୀ ମୋବାଇଲ୍ ଫୋନ୍, ୧ ଲକ୍ଷ ୧୫ ହଜାର ଟଙ୍କା ମୂଲ୍ୟର ସୁନା ଚେନ୍, ଲକେଟ, ଲକେଟ ବଲ୍ ଓ ସୁନା ଫାସିଆ ଜବତ ହୋଇଛି । ଅଭିଯୁକ୍ତ ବାପି ନାଁ’ରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି । ତା’ ମଧ୍ୟରୁ ଭଦ୍ରକ ଥାନାରେ ୫, ଚାନ୍ଦବାଲି ଥାନାରେ ୪ଟି, ତିହିଡି ଥାନାରେ ୪ଟି, ଉଦଳା ଥାନାରେ ଗୋଟିଏ, କ୍ୟାପିଟାଲ ଥାନାରେ ଗୋଟିଏ, ବାଲିପାଟଣା ଥାନାରେ ଗୋଟିଏ, ନୀଳଗିରି ଥାନାରେ ୬ଟି, କଣ୍ଟାପଡା ଥାନାରେ ଗୋଟିଏ ଓ ବାଲେଶ୍ୱର ସୋର ଥାନାରେ ୬ଟି³ ଏହିଭଳି ସମୁଦାୟ ୨୫ଟି ମାମଲାରେ ବାପି ଅଭିଯୁକ୍ତ ଥିବା ପୁଲିସ୍ ଶୁକ୍ରବାର ସୂଚନା ଦେଇଛି । ମୋଟ୍ ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ପୁଲିସ ଅଭିଯୁକ୍ତଙ୍କଠାରୁ ୧୦ ଲକ୍ଷ ୨୬ ହଜାର ଟଙ୍କା ଉଦ୍ଧାର କରିଛି ।
ପ୍ରକାଶ ଯେ, ଗତବର୍ଷ ଡିସେମ୍ବର ୧୪ ତାରିଖ ମଧ୍ୟ ରାତ୍ରିରେ ଦୃର୍ବୃତ୍ତମାନେ ନିମବାହାଳି ଷ୍ଟେଟବ୍ୟାଙ୍କ ଏଟିଏମ୍ କାଟି ଲୁଟପାଟ୍ କରିଥିଲେ । ଗ୍ୟାସ୍ କଟର୍ରେ କ୍ୟାସ୍ ଚାମ୍ବର୍ କାଟି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣାରେ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ରହିଥିବା ବେଳେ ସ୍ଥାନୀୟ ମୋଟଙ୍ଗା ଗାଁର ୪ ଜଣ ଯୁବକ ସେମାନଙ୍କୁ ସହଯୋଗ କରିଥିଲେ । ମେରାମଣ୍ଡଳୀ ବାଇପାସରୁ ଏକ ୱେଲଡ଼ିଂ ଦୋକାନରୁ ଚୋରି କରି ଆଣିଥିବା ସିଲିଣ୍ଡରକୁ ଏଟିଏମ କଡ଼ରେ ଛାଡିବା ସହ କ୍ୟାସ ଟ୍ରେ’ ଏଟିଏମ୍ ପଛ ପାଖରେ ଥିବା ଏକ ପଡ଼ିଆ ପକାଇ ଦୁର୍ବୃତ୍ତ ଚମ୍ପଟ ମାରିଥିଲେ । ତେବେ ଲୁଟ୍ ପୂର୍ବଦିନ ସନ୍ଧ୍ୟାରେ ଟଙ୍କା ଭର୍ତ୍ତି ହେବା ଓ ସେହି ଦିନ ରାତିରେ ହୋମଗାର୍ଡ୍ ଡୁ୍ୟଟିରେ ନଥିବା ବେଳେ ଲୁଟ୍ ହେବା ଘଟଣା ସ୍ଥାନୀୟ ଅଞ୍ଚଳର ଦୃର୍ବୁତ୍ତଙ୍କ ସଂପୃକ୍ତି ଥିବା ପୁଲିସ୍ ଅନୁମାନ କରିଥିଲା । ଢେଙ୍କାନାଳ ସଦର ଏସ୍ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ନେତୃତ୍ୱରେ ମୋଟଙ୍ଗା ଥାନା ଅଧିକାରିଣୀ ସରୋଜିନୀ ସାମାଡ, ଇନ୍ସପେକ୍ଟର ବିଷ୍ଣୁ ଚରଣ ବାରିକ, ଇନ୍ସପେକ୍ଟର ବିଜୟ କୁମାର ହାଇବ୍ରୁ, ଏସଆଇ ଦୀପ୍ତିମୟ ପ୍ରଧାନ ଓ ଏସଆଇ ସସ୍ମିତା ଦେବତାଙ୍କ ନେତୃତ୍ୱରେ ତିନି ଦଳିଆ ସ୍କ୍ୱାଡ୍ ଗଠନ କରାଯାଇଥିଲା ।
ଇଲେକ୍ଟେ୍ରାନିସ ସର୍ଭେନାଲ ରିପୋର୍ଟ ଓ ମୋବାଇଲ୍ ଟ୍ରାକିଂରୁ ଡିସେମ୍ବର ୨୦ ତାରିଖରେ ମୋଟଙ୍ଗା ଗାଁ’ର ଶୁଭମ ବେହେରା(ବାବୁଲ), ସଂକେତ ବେହେରା(ବଣ୍ଟି), ରତିକାନ୍ତ ସାହୁ (ଲିକୁନ) ଓ ବିଶ୍ୱଜିତ ନାୟକ (ବିଷୁ)ଙ୍କୁ ପୁଲିସ୍ ଗିରଫ କରିଥିଲା । ସେମାନଙ୍କଠାରୁ ୨୧ ହଜାର ୫୦୦ ଟଙ୍କା, ୨ଟି ବାଇକ, ୨ଟି ଅrିଜେନ ଗ୍ୟାସ ସିଲଣ୍ଡର, ଏକ ନୂଆ ମୋବାଇଲ ଜବତ କରିଥିଲା । ତେବେ ଏଥିରେ ସଂପୃକ୍ତ ଥିବା ଦୁଇ ଫେରାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଜାଲ ବିଛାଇ ଥିଲା । ଜାନୁଆରୀ ୩ ତାରିଖରେ ରାଜ୍ୟ ବାହାରୁ ଅନ୍ୟତମ ମାଷ୍ଟର୍ମାଇଣ୍ଡ୍ ରାଜୁ ଓରଫ ଅଜୟ ମହାନ୍ତିକୁ ପୁଲିସ୍ ଗିରଫ କରିଥିଲା । ପୁଲିସ୍ ତା’ଠାରୁ ୪.୨୫ ଲକ୍ଷ ଟଙ୍କା ସହ ଦାମୀ ମୋବାଇଲ୍ ଜବତ କରିଥିଲା । ଏହାର ୧୦ ଦିନ ପରେ ପୁଲିସ୍ ଅନ୍ୟତମ ଅଭିଯୁକ୍ତ ସତ୍ୟବ୍ରତକୁ ବାଲେଶ୍ୱର ଅଞ୍ଚଳ ଗିରଫ କରିଥିବା ଜଣାପଡ଼ିଛି । ତେବେ ଲୁଟ୍ରେ ଆଉ କାହାର ସଂପୃକ୍ତି ଅଛି ନାହିଁ ଓ ତଦନ୍ତରେ ବାଧା ଆଶଙ୍କା କରି ଗିରଫ ଅଭିଯୁକ୍ତର ଠିକଣା ଦେବାକୁ ମାନ କରିଛନ୍ତି ଢେଙ୍କାନାଳ ଏସ୍ପି କେ. ଶିବା ସୁବ୍ରମଣି । ଅଭିଯୁକ୍ତ ସତ୍ୟବ୍ରତକୁ ତିନି ଦିନ ପାଇଁ ରିମାଣ୍ଡରେ ଆଣିବାକୁ ପୁଲିସ୍ ଆବେଦନ କରିଥିବା ଥାନା ଅଧିକାରିଣୀ ସରୋଜିନୀ ସାମାଡ଼ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons