ମାଲକାନଗିରି,(ବି.ବି.ନୁ୍ୟଜ୍): ମାସେ ଯାଇନି ଭାଙ୍ଗିବାକୁ ବସିଲାଣି କଲଭର୍ଟ । ଆପ୍ରୋଚ ରାସ୍ତା ବି କାଦୁଅ ପଚପଚ । ମାଲକାନଗିରି ସହର ଉପକଣ୍ଠ ପୁରୁଣା ଚେକ୍ଗେଟ ନିକଟ ଜୟପୁରିଆଗୁଡାଠାରୁ ଆର୍ଶୀବାଦ କଲୋନିକୁ ସଂଯୋଗ କରୁଥିବା ରାସ୍ତାରେ ଏହା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଗତ ଏକ ମାସ ତଳେ ପୌର ପରିଷଦ ପକ୍ଷରୁ ଏହାର ନିର୍ମାଣ କରାଯାଇଥିଲା । ନିମ୍ନମାନ କାମ ଯୋଗୁ ଏବେ ଏହା ଭାଙ୍ଗିବା ଆରମ୍ଭ କଲାଣି । କଲଭର୍ଟ ଦୁଇପାଶ୍ୱର୍ରେ ଥିବା ଅପ୍ରୋଚ ରୋଡ୍ ମଧ୍ୟ କାଦୁଅ ପଚପଚ ହୋଇ ରହିଛି । ଫଳରେ ଜୟପୁରିୟାଗୁଡା, ଆର୍ଶୀବାଦ କଲୋନି, ପାଖନାଗୁଡା, ଚେକଗେଟ କଲୋନି ଲୋକେ ଯିବାଆସିବାରେ ବଡ ଅସୁବିଧା ଭୋଗୁଛନ୍ତି । ଏହାକୁ ନେଇ ଗ୍ରାମବାସୀ ପୌର ପରିଷଦ ଅଧିକାରୀଙ୍କୁ ଜଣାଇଛନ୍ତି । କିନ୍ତୁ ଆଜିଯାଏ ଏହାର ମରାମତି କରାଯାଉନି କି କାଦୁଅ ହଟାଇବାକୁ ଉଦ୍ୟମ ହେଉନି । କଲଭର୍ଟ ନିକଟରେ ଅନେକ ଥର ଦୁର୍ଘଟଣା ଘଟି କେତେଜଣ ଆହତ ହୋଇଛନ୍ତି । ଗାଈଗୋରୁ ମଧ୍ୟ ଖାଲରେ ପଡି ଆହତ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ତୁରନ୍ତ ଏହାର ମରାମତା କରା ନଗଲେ ଗ୍ରାମବାସୀ ଆନେ୍ଦାଳନ ପନ୍ଥା ଅବଲମ୍ବନ କରିବେ ବୋଲି ଜୟପୁରିଆଗୁଡା ଗାଁର ଗୋପୀ ପ;ନାୟକ କହିଛନ୍ତି ।


Comments are closed, but trackbacks and pingbacks are open.