ମାହାଙ୍ଗାରେ ବିଜେପି ରାଜ୍ୟ ପ୍ରଭାରୀ ପୁରନେ୍ଦଶ୍ୱରୀଙ୍କ ହୁଙ୍କାର

Get real time updates directly on you device, subscribe now.

ମାହାଙ୍ଗା,(ବି.ବି.ନୁ୍ୟଜ): ମହିଳାଙ୍କୁ କେବଳ ଭୋଟ୍ ମେସିନ୍ ଭାବେ ବ୍ୟବହାର କରୁଛି ବିଜେଡି । କିନ୍ତୁ ମହିଳା ମାନଙ୍କୁ ସେମାନଙ୍କ ହକ୍ର ସମ୍ମାନ ଓ ଅଧିକାର ଦେଇପାରୁନି । ବିଶେଷ କରି ମାହାଙ୍ଗାରେ ରକ୍ତର ହୋଲି ଖେଳ ଚାଲିଛି । ଏଠାରେ କାହିଁକି ୪ ଜଣ ମହିଳାଙ୍କୁ ବିଧବା କରାଗଲା ତା’ର ଜବାବ୍ ଦେବେ କି ରାଜ୍ୟ ସରକାର? ଆଜି ମହିଳା ଦିବସ ଅବସରରେ ମାହାଙ୍ଗା ବରାହିପୁର ପଞ୍ଚାୟତ ଠାରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇ ଏଭଳି ଭାବେ ବର୍ଷିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ ।
ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରନେ୍ଦଶ୍ୱରୀ କହିଛନ୍ତି, ଗତ ୫ବର୍ଷରେ ୨୭ହଜାରରୁ ଉଦ୍ଧ୍ୱର୍ ଶିଶୁ ନିଖୋଜ ହୋଇଛନ୍ତି । ରାଜନୈତିକ ହିଂସାକାଣ୍ଡ ଓ ମହିଳା-ଶିଶୁ ବିରୋଧୀ ହିଂସାରେ ଏ ସରକାର ପାରଙ୍ଗମ । ଖୋଦ୍ ମନ୍ତ୍ରୀ ମାନଙ୍କର ଭୂମିକା ଏଥିରେ ରହୁଛି । କିନ୍ତୁ ରାଜ୍ୟ ମୁଖିଆ ଏ ଦିଗରେ କୌଣସି କାର୍ଯ୍ୟାନୁÂାନ ନେଉନାହାନ୍ତି । ମହିଳା ମାନଙ୍କୁ କିଭଳି ସମ୍ମାନ ଦିଆଯାଏ ରାଜ୍ୟ ସରକାର ଅନ୍ତତଃପକ୍ଷେ ସେ ଶିକ୍ଷା ନିଅନ୍ତୁ ବୋଲି ସେ ମତବ୍ୟକ୍ତ କରିଛନ୍ତି । ପୁରନେ୍ଦଶ୍ୱରୀ ଆହୁରି କହିଛନ୍ତି, ମହିଳା ସଶକ୍ତ ହେଲେ ଦେଶ ସଶକ୍ତ ହୁଏ । ଶାସନ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମହିଳା ସଶକ୍ତିକରଣ ପାଇଁ ନିÂାର ସହ କାର୍ଯ୍ୟ କରିଆସୁଛନ୍ତି । ସମ୍ପ୍ରତି ଭାରତବର୍ଷର ମାଁ ଓ ଭଉଣୀ ମାନେ ସଶକ୍ତ ହେବାରେ ଲାଗିଛନ୍ତି । ମୋଦିଜୀଙ୍କ ନେତୃତ୍ୱରେ ଓଡ଼ିଶାର ମହିଳାଙ୍କ ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଆସିଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୭୪ ଲକ୍ଷ ଶୌଚାଳୟ ପାଇଁ କେନ୍ଦ୍ରସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୨୦ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରୋଷେଇ ଗ୍ୟାସ୍ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦ଲକ୍ଷରୁ ଅଧିକ ଘର ପାଇଁ କେନ୍ଦ୍ର ସହାୟତା ଦେଇ ରାଜ୍ୟର ମା ଓ ଭଉଣୀଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି । ସୁକନ୍ୟା ସମୃଦ୍ଧି ଯୋଜନାରେ ଓଡ଼ିଶାରେ ୯ଲକ୍ଷ ୫୦ହଜାର ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲାଯାଇଛି । ବିଜେପି ଏକମାତ୍ର ଦଳ ଯିଏ ସେବା କାର୍ଯ୍ୟ ଉପରେ ବିଶ୍ୱାସ କରେ । ଅନ୍ୟ ସବୁ ରାଜନୈତିକ ଦଳ ଅଧିକାର ଜାହିର୍ କରିବା ପାଇଁ ନିର୍ବାଚନ ଲଢନ୍ତି । କ୍ଷମତାକୁ ଆସିବାକୁ ଚାହାନ୍ତି । କିନ୍ତୁ ବିଜେପି ସେବା କରିବାକୁ କ୍ଷମତା ଚାହୁଛି । ଆଗାମୀ ଦିନରେ ମାହାଙ୍ଗାବାସୀ ଓ ସମଗ୍ର ଓଡ଼ିଶାବାସୀ ବିଜେପି ପ୍ରତି ଆସ୍ଥାପ୍ରକଟ କରିବା ସହ ଆଶୀର୍ବାଦ ପ୍ରଦାନ କରିବେ ବୋଲି ପୁରନେ୍ଦଶ୍ୱରୀ ଦୃଢ ଆଶା ବ୍ୟକ୍ତ କରିଛନ୍ତି । ହଜାର ହଜାର ସଂଖ୍ୟକୁ ମହିଳାଙ୍କ ଉପସ୍ଥିତିରେ ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ମନସ୍ମିତା ଖୁଣ୍ଟିଆ, ଯାଜ୍ଞସେନୀ ଜେନା, ପ୍ରତିଭା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ସରପଞ୍ଚ କିଶୋର ରାଉତ, ସମିତି ସଭ୍ୟ ରଞ୍ଜିତ ସାହୁ, ବରିÂ ବିଜେପି ନେତା ବିଶ୍ୱନାଥ ଜେନା, ପୂର୍ବତନ ସରପଞ୍ଚ ମନୋରଞ୍ଜନ ନାୟକ, ନିଗମାନନ୍ଦ ଖଟୁଆ, ଶୈଳେନ୍ଦ୍ର ରାଉତ, ନିର୍ମଳ ରାଉତ, ରୁଷି କୁମାର ରାଉତ, ଭକ୍ତ ଚରଣ ସ୍ୱାଇଁ, ଅରୁଣ ସେଠୀ, ଅଶୋକ ସାହୁ, କୈଳାସ ବେହେରା, ବିବେକାନନ୍ଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons