ମାହାଙ୍ଗା ଡମଲ ମର୍ଡର: ରାସ୍ତାକୁ ଓହ୍ଲାଇଲା ବିଜେପି

Get real time updates directly on you device, subscribe now.

ମାହାଙ୍ଗା : ମାହାଙ୍ଗା ଡବଲ ମଡର୍ର ଘଟଣାରେ ୪୮ ଘଣ୍ଟା ପରେ ବି ପୋଲିସ ହାତ ଖାଲି । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ କିଏ କାହିଁକି ହତ୍ୟାକଲା ତା ଉପରୁ ପରଦା ହଟାଇ ପାରିନି କଟକ ଗ୍ରାମାଞ୍ଚଳ ପୋଲିସ । ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳତା ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି । ଅବିଭକ୍ତ କଟକ ଜିଲ୍ଲାର ଥାନା, ବ୍ଲକ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛି ଦଳ । ସେପଟେ ଜବାବ ରଖିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ।
ମାହାଙ୍ଗା ଡବଲ ମର୍ଡର ଘଟଣାର ୪୮ ଘଣ୍ଟା ପରେ ପୋଲିସ ହାତ ଖାଲି । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟ ସିଂହ ବରାଳଙ୍କୁ କିଏ କାହିଁକି ହତ୍ୟା କଲେ ତା ଉପରୁ ପରଦା ଉଠାଇ ପାରିନି ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ଡିଆଇଜି ଏସପିଙ୍କ ତତ୍ତ୍ବାବଧାନରେ ୫ଟି ସ୍ବତନ୍ତ୍ର ଟିମ ଗଢି ତଦନ୍ତ ଚଳାଇଥିଲେ ବି ହତ୍ୟାକାରୀଙ୍କ ଟେର ମିଳିନାହିଁ। ସେପଟେ ରାଜନୈତିକ କାରଣରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରୁଥିବା ବିଜେପି ଆଜି ଆନ୍ଦୋଳନକୁ ଓହ୍ଲାଇଛି । ଅବିଭକ୍ତ କଟକ ଜିଲ୍ଲାର ସବୁ ବ୍ଲକ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛି । ସେପଟେ ଜବାବରେ ବିଜେଡି କହିଛି ଓଡିଶା ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଅଭିଯୁକ୍ତମାନେ ଗିରଫ ହେବେ ।
ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପୁଣି କହିଛନ୍ତି ଏହାକୁ ରାଜନୈତିକ ରୂପ ଦିଆ ନଯାଉ। ଦୋଷୀ ଗିରଫ ହୁଅନ୍ତୁ ଓ ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି ତାଙ୍କର ଉଦ୍ୟମ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଏତଲାରେ ନାଁ ଥିବା ୧୩ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ସହ ପୋଲିସ ସେମାନଙ୍କୁ ଜେରା କରୁ ବୋଲି ଦାବି କରିଛି ବିଜେପି । ହତ୍ୟା ପ୍ରତିବାଦରେ କାଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟର ସବୁ ଥାନା ଘେରାଉ କରିବ ।୬ ତାରିଖରେ ସବୁ ଏସପି ଅଫିସ ଘେରିବା ସହ ୮ରେ ଡିଜି ଅଫିସ ଘେରିବ ବୋଲି କହିଛି। ସେପଟେ କଂଗ୍ରେସ ହତ୍ୟାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଛି।
ମାହାଙ୍ଗା ରାଜନୀତିରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରୀୟ ଥିବା କୁଳମଣି କଂଗ୍ରେସର କର୍ମୀ ଥାଇ ସରପଞ୍ଚ ହୋଇଥିଲେ ଓ ପରେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ । ୨୦୧୯ରେ ସେ କଂଗ୍ରେସ ଛାଡି ବିଜେପିରେ ମିଶି ସାଲେପୁର ବ୍ଲକ ବିଜେପି ପ୍ରଭାରୀ ଦାୟିତ୍ବରେ ଥିଲେ । ହତ୍ୟାକାଣ୍ଡକୁ ନେଇ ରାଜନୀତି ତେଜୁଥିବା ବେଳେ ହତ୍ୟାକାରୀଙ୍କ ବାବଦରେ ସୁରାକ ନ ମିଳିବା ଏହାକୁ ଅଧିକ ଉଷ୍ମ କରିବାରେ ଲାଗିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons