ମା’ହାତୀର ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅଧିନ ଗିରୀଆମାଯାର ଜଙ୍ଗଲରୁ ମା’ହାତୀର ମୃତଦେହ ଉଦ୍ଧାର। ଦୁଇ ରୁ ତିନିଦିନ ହେବ ମା’ ହାତୀଟି ଆସି ଗାଁ ପାଖ ଧାନ ଫସଲ ଉପରେ ଚଲାବୁଲା କରୁଥିଲା। ହାତୀଟି ବୟସାଧିକ ସାଙ୍ଗକୁ ଦୁର୍ବଳ ହୋଇଯାଇଥିବାରୁ ଗ୍ରାମବାସୀଙ୍କର କୌଣସି କ୍ଷତି କରିନଥିବା ଜଣାପଡ଼ିଛି। ଜାମଦା ବନବିଭାଗ କର୍ମଚାରୀ ମାନଙ୍କ ପକ୍ଷରୁ ମା’ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା। ସୂଚନା ଅନୁସାରେ ବୟସ୍କ ହାତୀ ମାନଙ୍କର ମୁଣ୍ଡ ଉପରି ଭାଗ ଖାଲ ପଡିଯାଏ ଓ ଶରୀରରୁ ଲୋମ ଉପୁଡିଯାଏ। ମା’ ହାତୀଟିର ମୃତ୍ୟୁ ପର ଦୃଶ୍ୟ ଠିକ୍ ସେହିପରି ଥିଲା। ହାତୀଟି ଗଲାକାଲିଠାରୁ ଖାଇବା ପିଇବା ବନ୍ଦ କରି ଦେଇଥିଲା। ଆଜି ହାତୀଟି ତଳେ ପଡିଯାଇ ମୃତ୍ୟୁ ବରଣକରିଥିଲା। ଗାଁ ଲୋକେ ହାତୀଟିର ତିନିଦିନ ହେଲା ସେବା କରି ଆସୁଥିଲେ। ମା’ ହାତୀଟିର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons