ମା’ ଭଟ୍ଟାରିକା ପରମ ବୈଷ୍ଣବୀ, ହେଲେ ପୀଠରେ ବର୍ଷ ସାରା ଭୋଗ ହୋଇଥାଏ ମାଛ

Get real time updates directly on you device, subscribe now.

ଆଠଗଡ : ପାର୍ବଣରେ ଚାଲିଛି ତ୍ରିପୁରା ସୁନ୍ଦରୀ ମା’ ଭଟ୍ଟାରିକାଙ୍କର ଷୋଳପୂଜା । ମୂଳାଷ୍ଟମୀଠାରୁ ମହାନବମୀ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ସ୍ଵତନ୍ତ୍ର ପୂଜା ସମସ୍ତ ରୀତିନୀତି ଅନୁସାରେ ଚାଲିଛି। ପ୍ରତିଦିନ ମା’ଙ୍କ ର ସୁନାବେଶ ହେବା ସହିତ ମାଛ ଭୋଗ ହେଇଥାଏ । ମା’ଙ୍କ ପାଖରେ ମାନସିକ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ।
ପରମ ବୈଷ୍ଣବୀ ତ୍ରିପୁରା ସୁନ୍ଦରୀ ମା’ ଭଟ୍ଟାରିକା । ତ୍ରେତୟା ଯୁଗରେ ମହାବୀର ପର୍ଶୁରାମଙ୍କ ଦ୍ଵାରା ସ୍ଥାପିତ ମା’ ଭଟ୍ଟାରିକାଙ୍କର ଷୋଳପୂଜା ସମୟରେ ସ୍ଵତନ୍ତ୍ର ପୂଜା, ବିଶେଷ କରି ସପ୍ତମୀ ଓ ଅଷ୍ଟମୀର ସନ୍ଧି କ୍ଷଣରେ ହେଉଥିବା ସ୍ବତନ୍ତ୍ର ପୂଜା ପାଇଁ ଓ ମା’ଙ୍କ ଉପରେ ଥିବା ଅଖଣ୍ଡ ବିଶ୍ବାସ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ ।
ଭଟ୍ଟାରିକା ପୀଠରେ ମହାଷ୍ଟମୀରେ ହେଉଥିବା ବଳିପ୍ରଥା ବନ୍ଦ ହୋଇସାରିଛି । କିନ୍ତୁ ମା’ଙ୍କ ଷୋଳଗମ୍ଭୀରାରେ ହେଉଥିବା ଗୁପ୍ତ ନୀତି ବିଷୟରେ କେବଳ ଅନୁଭବ କରାଯାଇ ପାରିବ ବୋଲି କହିଛନ୍ତି ମା’ଙ୍କ ପର୍ବ ପୂଜକ ।
ତେବେ ପ୍ରତିଦିନ ମା’ଙ୍କ ମଙ୍ଗଳଆଳତୀଠାରୁ ଆରମ୍ଭ କରି ବଡ଼ସିଂହାର ପହୁଡ଼ ନୀତି ପର୍ୟ୍ୟନ୍ତ ସମସ୍ତ ରୀତିନୀତି ନିର୍ଘଣ୍ଟ ସମୟ ଅନୁସାରେ ସମ୍ପାଦନ ହୋଇଥାଏ । ସେଥିପାଇଁ ବଡ଼ମ୍ବା ଦେବୋତ୍ତର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥାଏ ।
ପରମ ବୈଷ୍ଣବୀ ମା’ ଭଟ୍ଟାରିକାଙ୍କ ପୀଠରେ ବର୍ଷ ସାରା ଭୋଗ ହୋଇଥାଏ ମାଛ । ଯାହା ପାର୍ଶ୍ବ ଦେବା ଦେବୀମାନଙ୍କ ପାଇଁ ଉଦ୍ଦିଷ୍ଟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons