ମିନି ବସ୍ ଓଲଟିଲା: ଯୁବକ ମୃତ, ୭ ଗୁରୁତର

Get real time updates directly on you device, subscribe now.

କବିସୂର୍ଯ୍ୟନଗର, (ବି.ବି.ନ୍ୟୁଜ୍): କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢ଼ାମ୍ବଗାଁ ନିକଟ ଜେମାଦେଇ ମନ୍ଦିର ପାଖରେ ଏକ ମିନି ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଓ ୭ ଜଣ ଗୁରୁତର ହୋଇଛନ୍ତି । ମୃତକ ପୋଲସରା ଥାନା ଅନ୍ତର୍ଗତ ପଙ୍କଳବାଡ଼ିର ହରପ୍ରସାଦ ପଲେଇ(୨୩) । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଶବ ଜବତ କରି ଆସିକା ଡାକ୍ତରଖାନା ପଠାଇଛି । ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
ପୁଲିସ ସୂତ୍ରରୁ ମିଳିଥିôବା ସୂଚନା ଅନୁସାରେ ମା’ କନକଦୁର୍ଗା (ଓଆର୍୦୭ବି-୬୫୯୮) ଯାତ୍ରୀବାହୀ ମିନି ବସ୍ ଆଜି ମଧ୍ୟାହ୍ନରେ ପୋଲସରାରୁ ବାହାରି କବିସୂର୍ଯ୍ୟନଗର ଆସୁଥିଲା । ବୁଢ଼ାମ୍ବ ନିକଟ ଜେମାଦେଇପୁର ମନ୍ଦିର ନିକଟ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଳଟି ପଡ଼ିଥିଲା । ଘଟଣା ସ୍ଥଳରେ ହରପ୍ରସାଦଙ୍କ ମୃତ୍ୟୁ ହୋଇଥିଲା । ଆହତମାନେ ହେଲେ ପୋଲସରାର ଭାସ୍କର ସାହୁ(୬୪), ସବିତା ସାହୁ(୫୦), ଗୋପାଳ ଡାକୁଆ(୨୪), ଦୂତି ଗୌଡ଼(୬୫) ଓ ବଡ଼ ଆଗୁଳ ଗ୍ରାମର ମଙ୍ଗୁଳୁ ସ୍ୱାଇଁ(୪୭), ଆଠଗଡ଼ର ଅରୁଣ ସାହୁ(୪୭) ଏବଂ ବସ୍ କଣ୍ଡକ୍ଟର ଆସିକା କଲେଜ ଛକର ପ୍ରଦୀପ କୁମାର ପ୍ରଧାନ(୪୩) । ଘଟଣା ସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଆଇଆଇସି ତପନ କୁମାର ପାଢ଼ି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons