ମିଳିଲାନି ଆମ୍ବୁଲାନ୍ସ: ଡାଲା ଅଟୋରେ ଗଲା ଶବ

Get real time updates directly on you device, subscribe now.

ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ୍): କରୋନା ମହାମାରୀ ହେତୁ ଶବ ସକ୍ରାର, ଏପରିକି ଶବକୁ ବୋହି ନେବାରେ ଦେଖାଦେଉଛି ନାନା ଅସୁବିଧା । ସଂକ୍ରମଣ ଭୟରେ ସାଧାରଣ ମୃତୁ୍ୟ ହେଲେ ବି ଲୋକେ ଶବ ସକ୍ରାରରେ ସାମିଲ୍ ହେଉନାହାନ୍ତି । ସାମାଜିକ ଦୂରତ୍ୱ ରକ୍ଷା ଆଳରେ ଏବେ ମାନବିକତାର ମୃତୁ୍ୟ ଘଟିଥିବା ମଧ୍ୟ ଆଲୋଚନା ହେଉଛି । ସୋମବାର ହିଞ୍ଜିଳିକାଟୁ ଡାକ୍ତରଖାନାରୁ ଶବ ନେବାକୁ ଆମ୍ୱୁଲାନ୍ସଟିଏ ଯୋଗାଡ଼ ନ ହୋଇପାରିବାରୁ ଜଣେ ବୃଦ୍ଧାଙ୍କ ଶବ ପ୍ରାୟ ୪ ଘଣ୍ଟା କାଳ ଡାକ୍ତରଖାନାରେ ପଡ଼ି ରହିବା ଆଲୋଡ଼ନ ସୃଷ୍ଟି କରିଛି ।
ହିଞ୍ଜିଳିକାଟୁ ବ୍ଲକ୍ ନନ୍ଦିକ ଗ୍ରାମ ପୋଢ଼ସାହିର କନକ ସାହୁ (୭୫)ଙ୍କୁ କିଡ୍ନୀ ଓ ପରିସ୍ରାଜନିତ ସ୍ୱାସ୍ଥ୍ୟସମସ୍ୟା ହେତୁ ସୋମବାର ପୂର୍ବାହ୍ନ ପ୍ରାୟ ୯ଟାରେ ୧୦୮ ଆମ୍ୱୁଲାନ୍ସରେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ନ ପ୍ରାୟ ୧୦ଟାରେ ମୃତୁ୍ୟ ଘଟିଥିଲା । ତେବେ ଶବକୁ ନନ୍ଦିକ ଗ୍ରାମକୁ ନେବା ପାଇଁ ଆମ୍ୱୁଲାନ୍ସ ମିଳିଲା ନାହିଁ । ପରିବାର ଲୋକ ଡାକ୍ତରଙ୍କୁ ନେହୁରା ହୋଇଥିଲେ ମଧ୍ୟ କିଛି ବ୍ୟବସ୍ଥା ହୋଇପାରି ନଥିଲା । ହିଞ୍ଜିଳିକାଟୁ ମୁ୍ୟନିସିପାଲଟି ପକ୍ଷରୁ ଶବ ବୋହିବା ପାଇଁ ରହିଥିବା ସ୍ୱର୍ଗ ରଥ ଆମ୍ୱୁଲାନ୍ସଟିକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । ତେବେ ପରିବାରବର୍ଗର ଅଭିଯୋଗ ଯେ- ଆମ୍ୱୁଲାନ୍ସର ଯାନ୍ତ୍ରିକ ତ୍ରୁଟି ଥିବା ଦେଖାଇଥିଲେ ଅଫିସ୍ କର୍ମଚାରୀ । ଅନ୍ୟ ବେସରକାରୀ ଗାଡ଼ିରେ ମୃତଦେହ ନେବା ପାଇଁ କେହି ରାଜି ହେଲେନାହଁ । ଶେଷରେ ବହୁ ଚେଷ୍ଟା ପରେ ମଧ୍ୟାହ୍ନ ପ୍ରାୟ ୨ଟାରେ ଏକ ଡାଲା ଅଟୋରେ ଶବକୁ ଡାକ୍ତରଖାନାରୁ ଗ୍ରାମକୁ ନିଆ ଯାଇଥିଲା । ପରେ ଶବକୁ ଆତ୍ମୀୟ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଗ୍ରାମ ମଶାଣିରେ ରୀତି ଅନୁସାରେ ସକ୍ରାର କରାଯାଇଥିବା ନନ୍ଦିକ ଗ୍ରାମର ତ୍ରିନାଥ ପ;ନାୟକ କହିଛନ୍ତି ।
କରୋନା କାଳରେ ସାଧାରଣ ରୋଗରେ ମୃତୁ୍ୟ ଘଟୁଥିବା ବ୍ୟକ୍ତିଙ୍କ ପାଇଁ ସୁଦ୍ଧା ୪ କାନ୍ଧ ବୋହିବାକୁ ଯୋଗାଡ଼ ହୋଇ ପାରୁନି । ମୃତ ଦେହକୁ ରିrା ଓ ଗାଡ଼ିରେ, ବାଇକ୍ରେ କିମ୍ବା କାନ୍ଧରେ ବୋହି ନିଆଯାଉଛି । ଏହି ସମସ୍ୟା ଉକ୍ରଟ ହେଉଥିବା ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲାପାଳ କିଛି ଦିନ ତଳେ ସଚେତନତାମୂଳକ ଭିଡିଓ ବାର୍ତ୍ତାରେ କୋଭିଡ୍ ଭିନ୍ନ ଅନ୍ୟ ରୋଗରେ ମୃତ ବ୍ୟକ୍ତିମାନଙ୍କ ଶବକୁ ସମ୍ମାନର ସହ ସକ୍ରାର କରିବା ଓ ଲୋକଙ୍କୁ ସହଯୋଗ ପାଇଁ ନିବେଦନ କରିଥିଲେ । ହେଲେ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହେଉନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons