ବୁଗୁଡ଼ା, (ବି.ବି.ନୁ୍ୟଜ୍): କରୋନା ବିଗାଡ଼ି ଦେଉଛି ସମ୍ପର୍କ । ହଜିଯାଉଛି ମାନବିକତା । ବିଭାଜିତ ହେଉଛି ପରିବାର, ବନ୍ଧୁକୁଟୁମ୍ବ । କାଲି ଯିଏ ଭରସା ଦେଉଥିଲା ଆଜି ମୁହଁ ମୋଡ଼ି ଚାଲି ଯାଉଛନ୍ତି । ଏଭଳି ଘଟଣାର ବହୁ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଛି । ସୋମବାର ବୁଗୁଡ଼ା ଅଞ୍ଚଳରେ ଏହାର ପୁନରାବୃତ୍ତି ହୋଇଛି । ଜଣେ ହୋଟେଲ ଯୁବ ବ୍ୟବସାୟୀ ଜ୍ୱରରେ କିଛିଦିନ ହେଲା ପୀଡ଼ିତ ଥିଲେ । ସୋମବାର ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟ କରୋନାଜନିତ କି ନୁହେଁ ସ୍ପଷ୍ଟ ହୋଇନି । କିନ୍ତୁ ସମସ୍ତଙ୍କ ମନରେ ସବାର ହୋଇଛି କରୋନା ଭୂତ । ସଂକ୍ରମଣ ଆଶଙ୍କାରେ କେହି ପାଖ ମାଡ଼ିଲେନି । ମୃତଦେହ ନେବାକୁ କେହି କାନ୍ଧ ଦେବାକୁ ନଆସିବା ଯୋଗୁଁ ଶେଷରେ ଟ୍ରଲି ରିrା ଯୋଗେ ଶ୍ମଶାନ ଘାଟକୁ ନିଆଯାଇଥିବା ଦେଖିବାକୁ ମିଳିଥିଲା । ଯୁବ ହୋଟେଲ୍ ବ୍ୟବସାୟୀଙ୍କ ଦୁଇଟି ଛୋଟ ପୁତ୍ର ସନ୍ତାନ ଅଛନ୍ତି ।
ବୁଗୁଡ଼ାରେ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସମସ୍ତଙ୍କ ମନରେ ଭୟ । କୌଣସି କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତୁ୍ୟ ହେଲେ ମୃତଦେହ ଟ୍ରଲି ରିକ୍ସାରେ ବୁହା ହେଉଛି । କାନ୍ଧ ଦେବାକୁ କେହି ଆସୁ ନାହାନ୍ତି । ଏପରିକି ପରିବାର ଲୋକ ମଧ୍ୟ ଶବ କାନେ୍ଧଇବାକୁ ପଛଘୁଞ୍ଚା ଦେଉଥିବା ପରିଲକ୍ଷିତ ହେଉଛି । ବିଗତ କିଛି ଦିନରେ ଏପରି କେତେକ ଘଟଣା ସାମନାକୁ ଆସିଛି । ବୁଗୁଡ଼ା ବଡ଼ଦାଣ୍ଡ ସାହିର ଜଣେ ଯୁବ ବ୍ୟବସାୟୀଙ୍କୁ କିଛି ଦିନ ଜ୍ୱର ହୋଇଥିଲା । ସେ ସ୍ୱାବ୍ ପରୀକ୍ଷା ନକରି ଔଷଧ ଖାଉଥିଲେ । ସେଥିରେ ସେ ସୁସ୍ଥ ହୋଇ ନଥିଲେ । ସପ୍ତାହକ ତଳେ ତାଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ତିମ ସଂସ୍କାର ପାଇଁ କେହି ଆସି ନଥିଲେ । ଶେଷର ବାଧ୍ୟ ହୋଇ ଟ୍ରଲିରେ ମୃତଦେହ ଶ୍ମଶାନକୁ ବୋହି ନିଆଯାଇ ଥିଲା । ଅନୁରୂପ ଭାବେ ଗତ ୫ ଦିନ ତଳେ ଜଣେ ସ୍ୱର୍ଣ୍ଣ ବ୍ୟବସାୟୀ ଜ୍ୱରରେ ପୀଡ଼ିତ ହୋଇ ମୃତୁ୍ୟମୁଖରେ ପଡ଼ିଥିଲେ । ସେଠି ବି ସେହି ଏକା କଥା ଘଟିଥିଲା । ସ୍ୱର୍ଣ୍ଣ ବ୍ୟବସାୟୀଙ୍କ ଗୋଟିଏ ପୁଅ । କରୋନାଜନିତ ମୃତୁ୍ୟ ହେଉ ବା ନହେଉ ଏବେ ଯେଉଁ କରୁଣ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ମୃତକଙ୍କୁ କାନ୍ଧ ବି ମିଳୁନି ।
Comments are closed, but trackbacks and pingbacks are open.