ବାଲେଶ୍ବର: ଗତକାଲି ବାପା ୫ବର୍ଷର ପୁଅକୁ କାନ୍ଧରେ ନେଇ ଯାଉଥିବାବେଳେ ପୋଲ ତଳକୁ ଖସି ପ୍ରଖର ନଦୀ ସ୍ରୋତରେ ଭାସି ଯାଇଥିଲେ। ବାପ ଅଇରୀ ମୁଣ୍ଡା ଉଦ୍ଧାର ହୋଇଥିବାବେଳେ ୫ବର୍ଷର ପୁଅ ବାପୁନ ନିଖୋଜ ଥିଲେ। ୧୮ ଘଣ୍ଟା ପରେ ବାପୁନର ଶବ ପିତାକାଳିଆ ନଦୀର ଆଗିରିଆରୁ ମିଳିଲା।
ଘଟଣାସ୍ଥଳରୁ ୨ କିଲୋମିଟର ଦୂରରୁ ମିଳିଲା ଶବ। ନଦୀର ବୁଦା ମୂଳେ ଲାଗିଥିଲା ବାପୁନର ଶବ। ଗାଁ ଲୋକେ ଦେଖି ଏନଡିଆର ଟିମକୁ ଦେଇଥିଲେ ଖବର। ବାପୁନ ଶବ ନିଖୋଜ ପରେ ଉତ୍ତେଜିତ ଗାଁର ମହିଳା ତିନିଟି ମଦ ଦୋକାନକୁ ଭଙ୍ଗାରୁଜା କରି ନଦୀରେ ସାମଗ୍ରୀ ଫୋପାଡି ଦେବା ସହିତ ମଦ ଦୋକାନରେ ନିଆଁ ଲଗାଇ ଦେଇଥିଲେ।
Comments are closed, but trackbacks and pingbacks are open.