ମିଶନ ଶକ୍ତିର ମା’ମାନଙ୍କୁ ବିନା ସୁଧରେ ଋଣ ଦିଅ: ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭିଡିଓ କନ୍ଫରେନ୍ସିଂ ଜରିଆରେ ଭୁବନେଶ୍ୱର ଓ କଟକରେ ଷ୍ଟେଟ ବ୍ୟାଙ୍କର ଦୁଇଟି ଶାଖାକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ଏହା ସହ ୨୮ ଜିଲ୍ଲାରେ ୨୮ଟି ସେଲ୍ସ ହବ୍କୁ ବି ସେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ମହିଳା ସ୍ୱୟଂ ସହାୟିକା ଗୋÂୀର ମା’ମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସୁଧ ରିହାତି ଦେଉଛନ୍ତି । ଏହି କାର୍ଯ୍ୟକ୍ରମ ମହିଳାଙ୍କ ଅର୍ଥନୈତିକ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ବ୍ୟାଙ୍କଗୁଡ଼ିକ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋÂୀକୁ ବିନା ସୁଧରେ ଋଣ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ମହାମାରୀ ସଙ୍କଟ ଦେଇ ସାରା ବିଶ୍ୱ ଗତି କରୁଛି । ଏ ସମୟରେ ଦେଶ ଓ ରାଜ୍ୟର ଅର୍ଥନୈତିକ ପୁନରୁଦ୍ଧାର ସହ ଗ୍ରାମାଞ୍ଚଳର ଗରିବ ଲୋକ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି କରିବାରେ ବ୍ୟାଙ୍କଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଏସ୍ବିଆଇ ରାଜ୍ୟର ଅପହଞ୍ଚ ଅଞ୍ଚଳରେ ଅଧିକରୁ ଅଧିକ ସଂଖ୍ୟକ ଶାଖା ଖୋଲିବା ଆବଶ୍ୟକ ।
ତୃଣମୂଳ ସ୍ତରରେ ଲୋକଙ୍କର ଅର୍ଥନୈତିକ ଅନ୍ତଭୁର୍କ୍ତି ପାଇଁ ଜିଲ୍ଲା ସ୍ତରରେ ସେଲ୍ସ ହବ୍ ସ୍ଥାପନା କରିବାରେ ଏସ୍ବିଆଇର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଏସ୍ବିଆଇର ଏହି ଉଦ୍ୟମ ଯୋଗୁ ସହର ଓ ଗାଁରେ ଅଧିକରୁ ଅଧିକ ଲୋକେ ଉପକୃତ ହେବେ । ଏଭଳି ପ୍ରୟାସ ଜାରି ରହିବା ଉଚିତ୍ ।
ଏସ୍ବିଆଇର ଚିଫ୍ ଜେନେରାଲ୍ ମ୍ୟାନେଜର ରୁମା ଦେ କହିଛନ୍ତି, ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବା ପାଇଁ ଏସ୍ବିଆଇ ନିଜର ଉଦ୍ୟମ ଜାରି ରଖିଛି । ରାଜ୍ୟର ମିଶନ ଶକ୍ତି ଓ ଜୀବିକା ମିଶନ କାର୍ଯ୍ୟକ୍ରମରେ ଏସ୍ବିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ଏସ୍ବିଆଇର ୪୪୩୫ଟି ଗ୍ରାହକ ସେବା କେନ୍ଦ୍ର ରହିଛି । ଆଜି ଆଉ ୫୧ଟି କେନ୍ଦ୍ର ଖୋଲିଛି । ଏହି ଅବସରରେ କୋରାପୁଟର ମମତା ସ୍ୱୟଂ ସହାୟିକା ଗୋÂୀ, କଳାହାଣ୍ଡିର ପ୍ରିୟଦର୍ଶିନୀ ସ୍ୱୟଂ ସହାୟିକା ଗୋÂୀଙ୍କୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଋଣ ଅନୁମୋଦନପତ୍ର ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ ଓ ଏସ୍ବିଆଇର ବରିÂ ଅଧିକାରୀମାନେ ଯୋଗଦେଇଥିଲେ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ. କେ. ମୀନା ସ୍ୱାଗତ ଭାଷଣ ରଖିଥିବାବେଳେ ଏସବିଆଇ ଜେନେରାଲ୍ ମ୍ୟାନେଜର ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons