ମୁଁ ଇଜ୍ଜତ ବିକିପାରିବି ନାହିଁ:ରସିକିଆ କିରାଣି ଗିରଫ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ସରକାର ଯେତେ ଯାହା ନିୟମ କଥା କହିଲେ ମଧ୍ୟ ଜିଲ୍ଲାର ଶିକ୍ଷାବିଭାଗରେ ପରିବର୍ତ୍ତନ ଘଟୁନାହିଁ । ସବୁଠାରୁ ବେଶୀ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଶିକ୍ଷୟିତ୍ରୀ । ଏହାର ଚିତ୍ର ବର୍ତ୍ତମାନ ନଜରକୁ ଆସିଛି । ନିର୍ଯ୍ୟାତନାର ସମସ୍ତ ସୀମା ପାରି ହେବାପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ଶିକ୍ଷୟିତ୍ରୀ । ଜାତୀୟସ୍ତରରେ ପ୍ରତିନିଧିତ୍ୱ କରି ସୁନାମ ଅର୍ଜନ କରିଥିବା ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି । ଶିକ୍ଷା ବିଭାଗରେ କିଭଳି ଇଜ୍ଜତ ବିକିବାକୁ ପଡୁଛି ତାହାର ଗୁମର ଖୋଲିଛନ୍ତି ସମ୍ପୃକ୍ତ ଶିକ୍ଷୟିତ୍ରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଅଭିଯୋଗ ଦାଖଲ କରି କହିଛନ୍ତି ଯେ, ମୁଁ ଇଜ୍ଜତ ବିକିପାରିବି ନାହିଁ । ଇଜ୍ଜତ ବିକି ଯଦି ଚାକିରି କରିବାକୁପଡେ଼ ତେବେ ସେ ଚାକିରି ମଧ୍ୟ କରିବେ ନାହିଁ । ବରଂ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ଏଭଳି ଛାତିଥରା କାହାଣୀ ବଖାଣି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ସମସ୍ତ କଥା ଗଣମାଧ୍ୟମ ଓ ଜିଲ୍ଲାପାଳଙ୍କ ଆଗରେ କହିଛନ୍ତି । ଜିଲ୍ଲାପାଳ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେଇଛନ୍ତି । ଆଜି ସନ୍ଧ୍ୟାରେ କିରାଣି ସତ୍ୟନାରାୟଣ ବିଷୋୟୀଙ୍କୁ ଗିରଫ କରାଯାଇଥିବା ଆଇଆଇସି ନିହାରରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ବର୍ତ୍ତମାନ ଦୁର୍ଗୀ ଉଚ୍ଚବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ଶିକ୍ଷୟିତ୍ରୀ ପୂର୍ବରୁ ଗୁଡ଼ାରୀ ସରକାରୀ ଉଚ୍ଚବିଦ୍ୟାଳୟରେ କାମ କରୁଥିଲେ । ୨୦୧୦ ଜୁନ ୨୧ରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ । ଚଳିତବର୍ଷ ମାର୍ଚ୍ଚ ୨୬ରେ ତାଙ୍କୁ କୌଣସି କାରଣରୁ ନିଲମ୍ବନ କରାଯାଇଥିଲା । ନିଲମ୍ବନ ପରେ କୋଲନରା ଜଗଦମ୍ବା ଉଚ୍ଚବିଦ୍ୟାଳୟରେ ତାଙ୍କୁ ସବୁଦିନ ଉପସ୍ଥିତ ରହିବାକୁ କୁହାଯାଇଥିଲା । ସେଦିନ ହିଁ ସେ ଜଗଦମ୍ବା ଉଚ୍ଚବିଦ୍ୟାଳୟରେ ଯୋଗ ଦେଇଥିଲେ । କାର୍ଯ୍ୟରେ ଯୋଗଦାନର ଦୁଇ ଦିନପରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରିବା ପାଇଁ କାର୍ଯ୍ୟାଳୟକୁ ଯାଇଥିଲେ । ସେହିସମୟରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣି ସତ୍ୟନାରାୟଣ ବିଷୋୟୀ ତାଙ୍କୁ ଧମକ ଦେଲା ଭଳି କଥା କହିଥିଲେ । ସେଠାରେ ସେ କାନ୍ଦିବାରୁ ତାଙ୍କୁ ବୁଝାଇବା ଭଳି କହି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । କିଛି ଦିନପରେ ମଧ୍ୟ ଅଫିସ ତରଫରୁ କୌଣସି ସୂଚନା ନମିଳିବାରୁ ଶିକ୍ଷୟିତ୍ରୀଜଣଙ୍କ ପୁନର୍ବାର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କିରାଣି ଶ୍ରୀ ବିଷୋୟୀ ଓ ଅନ୍ୟଜଣେ କିରାଣି ତ୍ରିନାଥ ମହାନ୍ତି ତାଙ୍କୁ କେଉଠି ମଧ୍ୟ ସ୍ଥାନ ଖାଲି ନାହିଁ ବୋଲି କହିଥିଲେ । ଏହାପରେ ବିଷମକଟକ ବ୍ଲକ ଦୁର୍ଗୀ ଓ କାଶୀପୁରଠାରେ ସ୍ଥାନ ଖାଲିଥିବା ସୂଚନା ଦେଇ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦୂରସ୍ଥାନରେ ନିଯୁକ୍ତି ନଦେଇ ପାଖରେ ଦେବାପାଇଁ କହିବାରୁ କିରାଣି ଶ୍ରୀ ମହାନ୍ତିି ଅଫିସ ବାହାରକୁ ଆସି ବିଭିନ୍ନ ପ୍ରକାର ଖର୍ଚ୍ଚ ହେବ ବୋଲି କହିଥିଲେ । ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଶ୍ରୀ ମହାନ୍ତିିଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଟଙ୍କା ପ୍ରଦାନ କରିବା ପରେ ଏପ୍ରିଲ ୨୯ ରେ ପ୍ରସିଡ଼ିଂ ଅଡର଼୍ର ମିଳିଥିଲା । ଯେଉଥିରେ ଦୁଇଟି ଚାର୍ଜଫ୍ରେମ କରାଯାଇଥିଲା । ଘଟଣାର ତଦନ୍ତ ସମୟରେ ଠିକଭାବେ ତଦନ୍ତ କରା ନଯାଇ ଗୋଟିଏ ନିଲମ୍ବନ ଘଟଣାରେ ଦୁଇଟି ଚାର୍ଜଫ୍ରେମ କିଭଳି କରାଗଲା ବୋଲି ଶିକ୍ଷୟିତ୍ରୀ ଜଣକ ପ୍ରଶ୍ନ କରିଛନ୍ତି । ଏ ନେଇ ପ୍ରଶ୍ନ ଉଠାଇବାରୁ ତ୍ରୁଟି ମାର୍ଜନା କରାଯିବ ବୋଲି ତାଙ୍କୁ ଡକା ହୋଇଥିଲା । ମେ ୧୨ ତାରିଖରେ ଗୁଡ଼ାରୀ ପ୍ରଧାନଶିକ୍ଷକଙ୍କ ନିକଟକୁ ସେ ଯାଇଥିଲେ । ୧୫ତାରିଖରେ କିରାଣି ଶ୍ରୀ ବିଷୋୟୀ ଶିକ୍ଷୟିତ୍ରୀଙ୍କୁ ଫୋନ କରିଥିଲେ ଓ ଘଟଣାଟି ପ୍ରାଞ୍ଜଳଭାବେ ବୁଝାଇବାକୁ କହିଥିଲେ । ମେ ୧୭ରେ ପୁନର୍ବାର ଫୋନକରି ସ୍ଥାନ ଖାଲି ନଥିବା କହି ତାଙ୍କ ପରିବାର ଓ ସ୍ୱାମୀଙ୍କ ସମ୍ପର୍କରେ ପଚାରିଥିଲେ । ସେହିଦିନ ରାତିପ୍ରାୟ ସାଢେ ୧୦ଟାରେ ଫୋନକରି ଶ୍ରୀ ବିଷୋୟୀ ଅଫିସ ସମ୍ବନ୍ଧୀୟ କଥା ହେବା ପରେ ଶାରିରୀକ ସମ୍ପର୍କ ସମ୍ବନ୍ଧୀୟ କଥାକହି ଇଙ୍ଗିତ କରିଥିଲେ । ଏଭଳିକି ବାରମ୍ବାର ତାଙ୍କ ଘରକୁ ଆସିବା ପାଇଁ କହିବା ସହ ଅଫିସରେ ସମସ୍ତ କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ । ୧୮ ତାରିଖରେ ସ୍ୱାମୀ ଓ ଝିଅକୁ ନେଇ ସନ୍ଧ୍ୟା ସାଢେ ୫ଟାରେ କିରାଣି ଶ୍ରୀ ବିଷୋୟୀଙ୍କ ଘରକୁ ଯିବାପରେ ଖରାପ ଇଙ୍ଗିତ କରିବାରୁ ସପରିବାର ତାଙ୍କ ଘରୁ ଫେରି ଆସିଥିବା ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କ ଜଣାଇଛନ୍ତି । ବାରମ୍ବାର ଏଭଳି ଅଶାଳୀନ ଇଙ୍ଗିତ ଦେବା ଓ ଏସବୁ କଥାବାର୍ତ୍ତାରେ ମୋବାଇଲ ରେକର୍ଡିଂ ତାଙ୍କ ନିକଟରେ ଥିବା ସେ କହିଥିଲେ ।ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ଜଣାଇବା ପରେ କୌଣସି ସୁଫଳ ମିଳି ନଥିବା ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି । ଏଭଳିକି ଘଟଣା ବାହାରେ ପ୍ରଘଟ ନକରିବା ଓ ପୁଲିସରେ ନଜଣାଇବା ପାଇଁ ମଧ୍ୟ ଶିକ୍ଷାଧିକାରୀ ଶ୍ରୀ ବରିହା କହିଥିବା ସେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଶାରିରୀକ ନିର୍ଯାତନା ମାମଲା ହୋଇଥିବାରୁ ମେ ୨୨ରେ ଅତିରିକ୍ତ ଗୋÂୀ ଶିକ୍ଷାଧିକାରୀ ଆନାସ୍ତେସିଆ କେରକେଟାଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପ୍ରଥମଦିନ ତଦନ୍ତ ବେଳେ ପରବର୍ତ୍ତୀ ସମୟରେ କିରାଣି ଶ୍ରୀ ବିଷୋୟୀଙ୍କୁ ଡାକି ପଚାରିବା ସହ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ବିଭାଗ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା । ସହରଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା କୋତାପେଟା ଉଚ୍ଚବିଦ୍ୟାଳୟରେ କଳାଶିକ୍ଷୟିତ୍ରୀ ପଦବୀରେ ନିଯୁକ୍ତି ଦେବାସହ ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱ ଦିଆଯିବ ବୋଲି ତାଙ୍କୁ ଲୋଭନୀୟ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିହବା ସମ୍ପୃକ୍ତ ଶିକ୍ଷୟିତ୍ରୀ କହିଛନ୍ତି । ସେହି ସମୟରେ ନିର୍ବାଚନ ଥିବାରୁ ଆଚରଣବିଧି ଉଠିବା ପରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଶିକ୍ଷାଧିକାରୀ ଶ୍ରୀ ବରିହା ପ୍ରତିଶ୍ରୁତି ଦେଇଥିଲେ । ଏହାପରେ କାର୍ଯ୍ୟାନୁÂାନ ଗ୍ରହଣ ନକରି ଶ୍ରୀ ବିଷୋୟୀଙ୍କୁ ଚନ୍ଦ୍ରପୁର ବଦଳି କରି ମାମଲାକୁ ଚାପି ଦେବାପାଇଁ ଉଦ୍ୟମ କରାଯାଇଥିବା ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି । ଅପରପକ୍ଷରେ, ଆଜି ଶିକ୍ଷୟିତ୍ରୀ ଜଣଙ୍କ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପରେ ରାୟଗଡ଼ା ଥାନାରେ କିରାଣିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି କିରାଣି ଶ୍ରୀ ବିଷୋୟୀଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons