ବାଲେଶ୍ବର: ଗୁରୁବାର ମୁଖ୍ୟମନ୍ତ୍ରୀ ଡିଜିଟାଲ ପ୍ଲାଟଫର୍ମରେ ବାଲେଶ୍ବର ଉପ-ନିର୍ବାଚନ କରିଛନ୍ତି। ଉପସ୍ଥିତ ବାଲେଶ୍ବର ସଦରବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ନମସ୍କାର ଜଣାଇଥିଲେ। ନବୀନ କହିଥିଲେ ଯେ, ଆଜିର ଦିନଟିକୁ ଆମେ ଓଡିଶାବାସୀ କେବେବି ଭୁଲି ପାରିବା ନାହିଁ । ଆଜିକୁ ୨୧ ବର୍ଷ ତଳେ ୧୯୯୯ ମସିହାରେ ଆସିଥିବା ମହାବାତ୍ୟା ଉପକୂଳ ଓଡିଶାକୁ ଛାରଖାର କରିଦେଇଥିଲା । ଓଡିଶାର ଅର୍ଥନୀତି, ଭିତ୍ତିଭୂମି ସବୁକିଛି ନଷ୍ଟ ହୋଇଯାଇଥିଲା । ଓଡିଶାବାସୀଙ୍କର ଦୃଢ ଆତ୍ମବିଶ୍ୱାସ ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ମୁଣ୍ଡ ଟେକି ଉଠିଛି, ବିକାଶ ପଥରେ ଆଗକୁ ବଢୁଛି।
ସେ ଆହୁରି ମଧ୍ୟ କହିଥିଲେ, ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ସ୍ନେହ ଓ ଭଲପାଇବା ରହିଛି । ଆଜି ଯଦି ମୁଁ ବାଲେଶ୍ୱର ଯାଇଥାନ୍ତି ତେବେ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ । ମୋ ପାଇଁ ଜଣେ ବି କେହି ବିପଦରେ ପଡୁ ଏହା ମୁଁ କେବେ ଚାହେଁ ନାହିଁ । ସେଥିପାଇଁ ମୁଁ ଆଜି ଭିଡିଓ କନ୍ଫରେନ୍ସରେ ଆପଣମାନଙ୍କୁ ଭେଟୁଛି । କରୋନା ଦୂର ହେବା ପରେ ମୁଁ ବାଲେଶ୍ୱର ଆସିବି ଓ ଆପଣମାନଙ୍କୁ ଭେଟିବି । ବାଲେଶ୍ୱର ଉତ୍ତର ଓଡିଶାର ଏକ ମୁଖ୍ୟ ସହର । ବାଲେଶ୍ୱରରେ ଫକୀରମୋହନ ବିଶ୍ବ ବିଦ୍ୟାଳୟ ସହିତ ରାଜ୍ୟ ସରକାର ଏକ ନୂଆ ସରକାରୀ ମେଡିକାଲ କଲେଜ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱରର ବିକାଶ ପାଇଁ ବହୁତ ସୁଯୋଗ ରହିଛି । ବାଲେଶ୍ୱରର ବିକାଶକୁ କୁ ନେବା ପାଇଁ ମୁଁ ଚାହେଁ । ବସ୍ତିରେ ରହୁଥିବା ଗରୀବ ଲୋକଙ୍କ ଅଧିକାର ଓ ସେମାନଙ୍କ ସୁବିଧା ଉପରେ ମୁଁ ସବୁବେଳେ ଯୋର ଦେଇ ଆସିଛି । ନିକଟରେ ଆମେ ଏଇ ବାଲେଶ୍ୱରରୁ ବସ୍ତି ବିକାଶ କାର୍ୟ୍ୟକ୍ରମ ଆରମ୍ଭ କରିଛୁ । ପ୍ରତି ବସ୍ତିକୁ ଭଲ ରାସ୍ତା, ଭଲ ପିଇବା ପାଣି, ବିଜୁଳି ଓ ଅନ୍ୟ ସୁବିଧାର ବିକାଶ କରାଯାଉଛି । ପ୍ରତି ବସ୍ତିକୁ ଗୋଟିଏ ଗୋଟିଏ ଆଦର୍ଶ କଲୋନୀ କରାଯାଉଛି । ସେହିପରି ଗରୀବ ଲୋକଙ୍କୁ ଭୂମି ଅଧିକାର ମଧ୍ୟ ଦିଆଯାଇଛି ।
ସେହିପରି ଗାଁରେ ରହୁଥବା ଭୂମୀହୀନ ଗରିବଙ୍କୁ ଜମି, ଘର କଚ୍ଚା ଘରକୁ ପକ୍କା ଘର, ଜମିକୁ ପାଣି, ଗାଁରେ ରାସ୍ତା, ବିଜୁଳି ଓ ଭଲ ପିଇବା ପାଣି ମୋର ସ୍ବତନ୍ତ୍ର ଭାବେ ରହିବ। ଆମର ମିଶନ ଶକ୍ତିର ମାଆ ମାନେ କୋଭିଡ୍ ମ୍ୟାନେଜମେଣ୍ଟ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ଆମର ମାଆ ମାନଙ୍କର ଉନ୍ନତି ମୋତେ ବହୁତ ଖୁସି ଦେଇଥାଏ । ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି । ଆପଣମାନେ ଭଲ କାମ ଜାରି ରଖନ୍ତୁ ।


Comments are closed, but trackbacks and pingbacks are open.