ମୁକୁଳା ଡ୍ରେନ୍ ନେଲା ଶିଶୁର ଜୀବନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ୭ ବର୍ଷର ଶିଶୁ ଘର ସାମନା ଦାଣ୍ଡରେ ଖେଳୁଥିଲା । ସେପଟେ ରାସ୍ତା କଡ଼ ଖୋଳା ହୋଇଥିଲା । ମୁକୁଳା ଅବସ୍ଥାରେ ଡ୍ରେନ୍ କାମ ଚାଲୁଥିଲା । କିଏ ଜାଣିଥିଲା ସେହି ମୁକୁଳା ଡ୍ରେନ୍ ଶିଶୁଟିର ଜୀବନ ନେବ ବୋଲି । ହେଲେ ଖେଳୁଖେଳୁ ପିଲାଟି ସେହି ଡ୍ରେନରେ ପଡ଼ି ଭାସିଗଲା । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ବାଲିଆପାଟ ବସ୍ତିରେ । ମୃତ ଶିଶୁ ହେଲେ ଜି ନୃସିଂହଙ୍କ ପୁଅ ଜି ଶିବ । ସ୍ୱେରେଜ୍ ବିଭାଗର ଏମିତି ଖାମଖିଆଲ ନୀତି ଜଣେ ନିଷ୍ପାପ ଶିଶୁର ପ୍ରାଣ ନେଇଛି । ଯାହାକି ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ ଜି ନୃସିଂହ ଦିନ ବେଳା କୌଣସି କାମରେ ବାହାରକୁ ଯାଇଥିଲେ । ବାପାଙ୍କ ଅନୁପିସ୍ଥିତିରେ ଶିବ ସାଙ୍ଗମାନଙ୍କ ସହ ଘର ପାଖରେ ଖେଳିବା ପାଇଁ ବାହାରକୁ ପଳାଇଲା । ସାଙ୍ଗମାନଙ୍କ ସହ ଖେଳୁଥିଲା । ସେହି ବସ୍ତି ରାସ୍ତା କଡ଼ରେ ଡ୍ରେନ୍ କାମ ଚାଲିଥିଲା । କିନ୍ତୁ ନିର୍ମାଣ ବେଳେ କୌଣସି ସୁରକ୍ଷା ବ୍ୟବସ୍ଥା ନେଇନଥିଲେ ଠିକାଦର । ଯାହାକି କୁନି ପୁଅଟି ପାଇଁ କାଳ ସାଜିଥିଲା । ଖେଳୁଖେଳୁ ଅଜାଣତରେ ଗୋଡ଼ ଖସିଗଲା ଆଉ ଡ୍ରେନରେ ଭାସିଗଲେ ।
ସାଙ୍ଗମାନେ ଚିକ୍ରାର କଲେ ମଧ୍ୟ ବଂଚାଇବା ପାଇଁ କୌଣସି ଉପାୟ ତାଙ୍କ ପାଖରେ ନଥିଲା । ତା ସାଙ୍ଗମାନେ ଏହା ଦେଖି ବସ୍ତି ଲୋକଙ୍କୁ ଖବର ଦେଇଥିଲେ । ବସ୍ତି ଲୋକେ ପହଂଚି ଖୋଜା ଖୋଜି କରିବା ପରେ ଦେଖିଥିଲେ ସିନା ପାଣିରେ ଭାସୁଛି । ସାଙ୍ଗେ ସାଙ୍ଗେ ତାକୁ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୁଲିସ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ।
ସୂଚନା ଥାଉକି ଉକ୍ତ ଅଂଚଳରେ ଦୀର୍ଘ ୧ ବର୍ଷ ହେବ ସ୍ୱେରେଜ୍ କାମ ଚାଲୁରହିଛି । ବିଭିନ୍ନ ସ୍ଥାନରେ ଡ୍ରେନ୍ ମୁକୁଳା ହୋଇ ପଡି ରହିଛି । ଏ ବିଷୟରେ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନି । ଯଦି ଡ୍ରେନ୍ର କାମ ଠିକ୍ ଭାବେ ହୋଇଥାନ୍ତା ତା ହେଲେ ଆଜି ଜଣେ ନିରୀହ ଶିଶୁର ଜୀବନ ଯାଇ ନଥାନ୍ତା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons