ମୁକେଶଙ୍କ ଦରମା ୧୫ କୋଟିରେ ସ୍ଥିର

Get real time updates directly on you device, subscribe now.

ନୂଆଦିଲ୍ଲୀ:ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି କ୍ରମାଗତ ୧୧ ବର୍ଷ ଧରି ସମାନ ଦରମା ନେଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଆର୍ଆଇଏଲ୍)ରେ ତାଙ୍କ ଦରମା ୧୫ କୋଟି ଟଙ୍କାରେ ସ୍ଥିର ରହିଛି । ୨୦୧୯ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକବର୍ଷରେ କମ୍ପାନି ନିର୍ଦ୍ଦେଶକମାନଙ୍କ ଦରମାରେ ମୋଟା ଆକାର ବୃଦ୍ଧି ହୋଇଥିବାବେଳେ ସେ ପୁରୁଣା ଦରମା ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କର ନିକଟ ସମ୍ପର୍କୀୟ ନିଖିଲ ଏବଂ ହିତଲ ମେସାନିଙ୍କ ଦରମାରେ ମଧ୍ୟ ଭଲ ବୃଦ୍ଧି ହୋଇଥିଲା ।
ଆର୍ଆଇଏଲ୍ ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ, କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନିଙ୍କ ଦରମା ୧୫ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି । କମ୍ପାନିରେ ପ୍ରବନ୍ଧକୀୟ ସ୍ତରରେ ଦରମାକୁ ସନ୍ତୁଳିତ ରଖିବା ପାଇଁ ସେ ନିଜ ଦରମାକୁ ସ୍ଥିର ରଖିଛନ୍ତି ।
ନିଖିଲ ଏବଂ ହିତଲଙ୍କୁ ୨୦୧୮-୧୯ରେ ୨୦.୫୭ କୋଟି ଟଙ୍କା ଲେଖାଏ ପ୍ୟାକେଜ୍ ଦିଆଯାଇଛି । ବର୍ଷକ ପୂର୍ବେ ଉଭୟଙ୍କ ଦରମା ୧୯.୯୯ କୋଟି ଟଙ୍କା ଲେଖାଏଁ ଥିଲା । ଏହି ସମୟରେ କମ୍ପାନିର କାର୍ଯ୍ୟକାରୀ ନିର୍ଦ୍ଦେଶକ ପି. ଏମ୍. ଏସ୍. ପ୍ରସାଦଙ୍କ ଦରମା ୮.୯୯ କୋଟି ଟଙ୍କାରୁ ବଢ଼ି ୧୦.୦୧ କୋଟି ଟଙ୍କା ହୋଇଛି । ସେହିଭଳି କମ୍ପାନିର ରିଫାଇନେରୀ ମୁଖ୍ୟ ପୱନ କୁମାର କପିଲଙ୍କ ଦରମା ୩.୪୭ କୋଟିରୁ ବଢ଼ତ ୪.୧୭ କୋଟି ଟଙ୍କା ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons