‘ମୁକ୍ତା’ ଯୋଜନାର ଦିଗ କୁଆଡେ?

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ପ୍ରହସନରେ ପରିଣତ ହୋଇଛି ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମତପôର ଅଭିଯାନ(ମୁକ୍ତା) ଯୋଜନା । ମୁଖ୍ୟ ଉଦେ୍ଧଶ୍ୟରୁ ଏହା ଦୂରେଇ ଯାଉଛି । ଲକ୍ଡାଉନ ଓ ସଟଡାଉନ ଯୋଗୁ କାମଧନ୍ଦା ପାଉନଥିବା ସହରର ଶ୍ରମିକଙ୍କୁ ଏହି ଯୋଜନାରେ ନିୟୋଜିତ କରିବାର ନିୟମ ରହିଛି । କିନ୍ତୁ ଶ୍ରମିକ ବଦଳରେ ମେସିନ ଲଗାଇ ଜଳସଂରକ୍ଷଣ ପ୍ରକଳ୍ପ ପାଇଁ ଗାତ ଖୋଳାଯାଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା, ଏହା ପୌରଯନ୍ତ୍ରୀ ପ୍ରଭାକର ଦାଶ ଜାଣିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସହରରେ ଶ୍ରମିକଙ୍କ ଅଭାବ ରହିଛି । କାମ କରିବାକୁ କେହି ବାହାରୁ ନାହାନ୍ତି । ଯଦି ଆପଣଙ୍କ ନିକଟରେ ଶ୍ରମିକ ରହିଛନ୍ତି, ତେବେ ଜଣାନ୍ତୁ । ସେମାନଙ୍କୁ କାମରେ ନିୟୋଜିତ କରାଯିବ । ପୌରସଂସ୍ଥାରେ ଅନେକ ପ୍ରକଳ୍ପ ରହିଛି । ଯଦି ଜଣେ ପୌରଯନ୍ତ୍ରୀ ଏଭଳି ପ୍ରତିକ୍ରିୟା ଦିଅନ୍ତି, ତେବେ ଗୋଟିଏ କଥା ଜଳଜଳ ହୋଇ ଦିଶୁଛି ପୌରସଂସ୍ଥାରେ ‘ମୁକ୍ତା’ ଯୋଜନା କେତେ ସଫଳ । ଯଦି ଶ୍ରମିକଙ୍କ ବଦଳରେ ମେସିନ ବ୍ୟବହାର କରାଯିବ, ତେବେ ଏହି ଯୋଜନା କାହା ସ୍ୱାର୍ଥରେ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କହିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।
‘ମୁକ୍ତା’ ଯୋଜନାରେ ପୌରସଂସ୍ଥାର ପ୍ରତ୍ୟେକ ୱାର୍ଡରେ ଜଳସଂରକ୍ଷଣ ପ୍ରକଳ୍ପ କାମ ଚାଲିଛି । ଜଳସଂରକ୍ଷଣ ପ୍ରକଳ୍ପ ପାଇଁ ବଡବଡ ଗାତ ଖେଳାଯିବା ସହ ଡ୍ରେନ ଖୋଳାଯାଉଛି । ଏସବୁ ଗାତ ଓ ଡ୍ରେନ ଖୋଳାରେ ଶ୍ରମିକଙ୍କୁ ନିୟୋଜିତ କରାଯିବା କଥା । କାରଣ ଏବେ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ଯୋଗୁ ଶହ ଶହ ଶ୍ରମିକ ହାତବାନ୍ଧି ବସିଛନ୍ତି । କିନ୍ତୁ ସେମାନଙ୍କ ବଦଳରେ କାମ କରୁଛି ମେସିନ । ସହରବାସୀ କହିଛନ୍ତି, ଯେଉଁ କାମ ଶ୍ରମିକମାନଙ୍କ ଦ୍ୱାରା ଶତ ପ୍ରତିଶତ କରାଯିବା କଥା-ସେ ନିୟମକୁ ଉଲ୍ଲଂଘନ କରାଯାଇଛି । ମୁଖ୍ୟ ଉଦେ୍ଧଶ୍ୟକୁ ମୋଡ଼ି ମକଚି ଦିଆଯାଉଛି । ଗ୍ରାମାଞ୍ଚଳର ଶ୍ରମିକଙ୍କ ପାଇଁ ନିଜ ଅଞ୍ଚଳରେ ଯେମିତି ମନେରଗା କାର୍ଯ୍ୟକାରୀ ହେଉଛି, ସହରର ଶ୍ରମିକଙ୍କ ପାଇଁ ‘ମୁକ୍ତା’ ଯୋଜନା ରହିଛି । ଏହି ଯୋଜନାରେ କିପରି ଅନିୟମିତତା ହେବ ନାହିଁ ଏବଂ ଶ୍ରମିକମାନେ ଠିକ୍ ଭାବେ ମଜୁରୀ ପାଇବେ, ସେଥିପାଇଁ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଜୁରୀ ଟଙ୍କା ଜମା କରିବାର ନିୟମ ରହିଛି । କିନ୍ତୁ ପୌରାଞ୍ଚଳରେ ‘ମୁକ୍ତା’ ଯୋଜନାରେ ଖୋଯାଉଥିବା ଗାତ ଡ୍ରେନ କାମରେ ମେସିନ୍ ଲାଗୁଛି । କେବଳ ଇଟା ଯୋଡେଇ ଏବଂ ସିମେଣ୍ଟ କାମରେ ହିଁ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି । ଏହାର ନିରପେକ୍ଷ ତଦନ୍ତ ହେବା ଦରକାର । ଜିଲ୍ଲାପାଳ ଏଭଳି ଅଭିଯୋଗକୁ ଗମ୍ଭୀରତାର ସହ ବିଚାରକୁ ନେଇ ଶ୍ରମିକଙ୍କୁ କାମ ଯୋଗାଇବା ଦିଗରେ ପଦକ୍ଷେପ ନେବା ସହ ନିୟମ ଉଲ୍ଲଂଘନକାରୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons