ପୁରୁଷୋତ୍ତମପୁର,(ବି.ବି.ନୁ୍ୟଜ୍): ତାରାତାରିଣୀ ମନ୍ଦିରର ସେବାୟତ ସଂଘର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଯାଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇଛନ୍ତି । ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିରର ପାରିପାଶ୍ୱିର୍କ ଅବସ୍ଥାର ସୌନ୍ଦର୍ଯ୍ୟକରଣ ଓ ସାମଗ୍ରୀକ ବିକାଶ ବାବଦରେ ମୁଖ୍ୟମନ୍ତ୍ରୀ ୨୩ କୋଟି ଟଙ୍କାର ଡିପିଆରକୁ ଦୁଇ ଦିନ ତଳେ ଅନୁମୋଦନ କରିଥିଲେ । ସେବାୟତ ସଂଘର ସଭାପତି ତପନ କୁମାର ରଣା, ବାପୁଜୀ ରଣା, ଜଗନ୍ନାଥ ରଣା, ମିଟୁ ରଣା, ସୂର୍ଯ୍ୟ ରଣା, ତ୍ରିପତି ରଣା, ରାମଚନ୍ଦ୍ର ରଣା, ଧ୍ରୁବ ରଣା ଓ ବିଷ୍ଣୁ ରଣାଙ୍କ ସମେତ ରାଇପୁର ସମିତିସଭ୍ୟ ଭବାନୀଶଙ୍କର ପଣ୍ଡା ଉପସ୍ଥିତ ଥିଲେ । ଗତ ଜାନୁଆରୀ ୩୧ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତରେ ଆସି ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ । ସେହି ସମୟରେ ସେବାୟତମାନଙ୍କ ସହ ପାରିପାଶ୍ୱିର୍କ ଅବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ତ୍ୱରିତ ଏକ ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ତାରାତାରିଣୀ ମନ୍ଦିରର ସର୍ବ ପୁରାତନ ସିଂହଦ୍ୱାର ନିର୍ମାଣ, ଦୀପଦାନ ଗୃହ, ଯଜ୍ଞ ମଣ୍ଡପ, ଧ୍ୟାନ ଗୃହ, ପାହାଡ଼ର ଦ୍ୱାର ଦେଶର ବିକାଶ, ପାନୀୟ ଜଳର ବ୍ୟବସ୍ଥା, ୯୯୯ ପାହାଚର ଉନ୍ନତୀକରଣ ହେବ । ମନ୍ଦିରର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ତାରାତାରିଣୀ ମନ୍ଦିରକୁ ପ୍ରସିଦ୍ଧ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗତ ୪ ତାରିଖରେ ଅନୁମୋଦନ କରିଥିଲେ ।
Comments are closed, but trackbacks and pingbacks are open.