ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ପରେ ସମଗ୍ର ରାଜ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଆଜି ଉକ୍ରଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଲୋକସେବା ଭବନ (ସଚିବାଳୟ)ରେ ସାକ୍ଷାତ କରି ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏ ଅବସରରେ ସମିତିର କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଆ ମିଷ୍ଟାନ୍ନରେ ରସଗୋଲାର ସ୍ୱତନ୍ତ୍ର ଆକର୍ଷଣ ରହିଛି ବୋଲି କହିଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରାରମ୍ଭରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଉକ୍ରଳ ମିଷ୍ଟାନ୍ନ ସମିତିର ଉପଦେଷ୍ଟା ପ୍ରଶାନ୍ତ କର, ସମିତିର ସଭାପତି ବିମ୍ବାଧର ବେହେରା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବ୍ୟବସାୟୀ ସମିତି ଫୋନି ପ୍ରଭାବିତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।
Comments are closed, but trackbacks and pingbacks are open.