
ଭୁବନେଶ୍ଵର: ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଠାରୁ ଟିକେଟ ନେଲେ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ। ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ନିଜ ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଦ୍ଧେନ୍ଦୁଙ୍କ ସହ ନବୀନ ନିବାସ ଯାଇ ଦଳୀୟ ଟିକେଟ ନେଇଛନ୍ତି । ଟିକେଟ୍ ଗ୍ରହଣ କରି ରୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଟିକେଟ ନେବାପରେ ରୁଦ୍ର ମହାରଥୀ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି। ମା” ପ୍ରତିଭା ମହାରଥୀଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି ଏବଂ ବାପାଙ୍କ ସ୍ଵପ୍ନ ପୁରଣ କରିବି ବୋଲି କହିଛନ୍ତି। ସେପଟେ ଟିକେଟ ନେବା ପରେ ଘରକୁ ଫେରି ମା ପ୍ରତିଭାଙ୍କ ଆଶୀର୍ବାଦ ନେଇଥିଲେ ରୁଦ୍ର । ଆଉ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଥିଲା ମହାରଥୀଙ୍କ ପୁରା ପରିବାରକୁ। ପିପିଲି ମହାଯୁଦ୍ଧ ପାଇଁ ମହାରଥୀଙ୍କ ପରିବାର ଏକ । ପୁଅ- ବୋହୁ, ଝିଅ- ଜ୍ବାଇଁ ଓ ମା ପ୍ରତିଭା ସମସ୍ତେ ଏକାଠି। ନବୀନ ନିବାସରୁ ଦଳୀୟ ଟିକେଟ ଆଣିବା ପରେ ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ବାସଭବନରେ ଏକତାର ଦୃଶ୍ୟ ଦେଖିବାକୁ ମିଳିଛି । ମା ପ୍ରତିଭାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ପୁଅ ରୁଦ୍ର । ପିପିଲି ମହାଲଢେଇ ପାଇଁ ଏକାଠି ହୋଇଛନ୍ତି ପୁରା ପରିବାର । ସ୍ବାମୀଙ୍କ ଭଳି ପୁଅ ରୁଦ୍ରଙ୍କ ଉପରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିଭା। ରୁଦ୍ରଙ୍କ ଉପରେ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି, ସମସ୍ତଙ୍କ ସହଯୋଗରେ ସେ ମହାରଥୀଙ୍କ ସବୁ ଇଚ୍ଛା ପୂରଣ କରିବ। ମାଆ ପ୍ରତିଭା କହିଛନ୍ତି ବାପା ଥିଲା ପୁଅ ସଭାରେ ହାରେନି ଆଉ ମା ଥିଲା ପୁଅ ଦୁନିଆ ଡରେନି । ସେପଟେ ରୁଦ୍ର କହିଛନ୍ତି ବାପାଙ୍କ ପରି ପିପିଲି ଡେଲାଙ୍କ ଲୋକଙ୍କ ପାଇଁ କାମ କରିବି । ପ୍ରାର୍ଥୀ ହେବା ନେଇ ମା ପ୍ରତିଭା ଓ ପୁଅ ରୁଦ୍ରଙ୍କ ଭିତରେ ମନୋମାଳିନ୍ୟ ଥିବା ଚର୍ଚ୍ଚା ହେଉଥିଲା । ତେବେ ମହାରଥୀଙ୍କ ବାସଭନର ଏହି ଦୃଶ୍ୟ ସେସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି। ପ୍ରାର୍ଥୀ ଘୋଷଣା ପରେ ଆଜି ରୁଦ୍ର, ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଦ୍ଧେନ୍ଦୁ ନବୀନ ନିବାସ ଯାଇଥିଲେ । ବରିଷ୍ଠ ନେତା ଦେବୀ ମିଶ୍ର ଓ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ଦଳୀୟ ଟିକେଟ ନେବା ସହ ଆର୍ଶିବାଦ ନେଇଥିଲେ ରୁଦ୍ର । ଭଉଣୀ ପଲ୍ଲବୀ କହିଛନ୍ତି ଆମ ପରିବାର ଭାଙ୍ଗିବାକୁ କିଛି ଲୋକ ଅପପ୍ରଚାର କରୁଛନ୍ତି । ପିପିଲି ଲଢେଇ ପାଇଁ ଆମ ପୁରା ପରିବାର ଏକ। ବାପା ଡେଲାଙ୍ଗ ପିପିଲି ପାଇଁ କାମ କରୁଥିଲେ ଆଉ ତାଙ୍କ ପରେ ମହାରଥୀ ପରିବାର ଲୋକଙ୍କ ସହ ଅଛି ଓ ଲୋକଙ୍କ ପାଇଁ କାମ କରିବ। ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରଠୁ ବିଜେଡି ସବୁବେଳେ ମହାରଥୀଙ୍କ ପରିବାର ପାଖରେ ଠିଆ ହୋଇଛି । ରୁଦ୍ରଙ୍କ ପ୍ରାର୍ଥୀ ଘୋଷଣା ହେବାଠୁ ଟିକେଟ ନେବା ଯାଏ ପରିବାର ପାଖରେ ବରିଷ୍ଠ ନେତା ଠିଆ ହୋଇଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ଦଳ କହିଛି ମହାରଥୀଙ୍କ ପରିବାରକୁ ନେଇ ଅପପ୍ରଚାର ଚାଲିଥିଲା । ମହାରଥୀଙ୍କ ଭଳି ତାଙ୍କ ପୁଅ ରୁଦ୍ରଙ୍କୁ ମଧ୍ୟ ଲୋକ ଆର୍ଶିବାଦ କରିବେ ଏବଂ ସେ ନିଶ୍ଚୟ ଜିତିବ। ମହାରଥୀଙ୍କ ପରେ ପିପିଲି ଗଡକୁ ପୁଣି ଥରେ ନିଜ କବଜ୍ଜାକୁ ନେବାକୁ ତାଙ୍କ ପୁଅ ରୁଦ୍ରଙ୍କ ମୁଣ୍ଡରେ ସିରପା ବାନ୍ଧିଛି ବିଜେଡି । ୩୦ରେ ନାମାଙ୍କନ ପରେ ପ୍ରଚାର ମୈଦାନକୁ ଓହ୍ଲାଇବେ ରୁଦ୍ର ମହାରଥୀ।
Comments are closed, but trackbacks and pingbacks are open.