ବାଲିପାଟଣା, (ବି.ବି.ନୁ୍ୟଜ୍):କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ, ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି। ମହିଳାମାନେ ମଧ୍ୟ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି । କରୋନା ମୁକାବିଲା ପାଇଁ ପ୍ରତାପ ଶାସନର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହାୟତାର ବଢ଼ାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସେମାନେ ୬୬୫୭୩ ଟଙ୍କା ସହାୟତା କରିଛନ୍ତି । ୬୬୫୭୩ ଟଙ୍କା ଦାନ କରିଛନ୍ତି ପ୍ରତାପ ଶାସନ ଆଂଚଳିକ ମହିଳା ସଂଘ । ସଂପ୍ରତି କରୋନା ମହାମାରୀକୁ ନେଇ ସାରା ରାଜ୍ୟ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ ମହିଳା ସଂଘର ଦାନକୁ ସମସ୍ତେ ପ୍ରସଂଶା କରିଛନ୍ତି । ବାଲିଅନ୍ତା ବିଡିଓଙ୍କ ଜରିଆରେ ଦାନ କରିଛନ୍ତି ମହିଳା ସଂଘର ସଭାନେତ୍ରୀ ପୁଷ୍ପଲତା ମୁଦୁଲି, ସଂପାଦିକା ସନ୍ଧ୍ୟାରାଣୀ ପଣ୍ଡା ସହ ଅନ୍ୟ କର୍ମକର୍ତ୍ତା ଏବଂ ସଭ୍ୟା ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.