ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୪.୩ ଲକ୍ଷ ଦେଲେ ବେଦାନ୍ତ କର୍ମଚାରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବାତ୍ୟା ‘ଫୋନି’ ପ୍ରଭାବିତଙ୍କ ସହାୟତା ଉଦ୍ଦେଶ୍ୟରେ ବେଦାନ୍ତ ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ ୟୁନିଟ୍ର କର୍ମଚାରୀମାନେ ସେମାନଙ୍କ ଗୋଟିଏ ଦିନର ଦରମା ଅର୍ଥାତ୍ ୨୪.୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ବେଦାନ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ (ଆଲୁମିନିୟମ୍ ଆଫ ପାୱାର) ଅଜୟ କପୁର କହିଛନ୍ତି, ବାତ୍ୟା ଯୋଗୁ ଉପକୂଳ ଜିଲ୍ଲାଗୁଡ଼ିକର ଲୋକମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏଣୁ ଏଭଳି ମୁହୂର୍ତ୍ତରେ ବେଦାନ୍ତ ସେମାନଙ୍କ ପାଖରେ ଛିଡ଼ା ହୋଇଛି ଓ ପୁରୀର ପ୍ରଭାବିତ ଲୋକଙ୍କୁ ରିଲିଫ୍ ସହାୟତା ଯୋଗାଇଛି । ଆଜି ବେଦାନ୍ତର ଓଡ଼ିଶା ୟୁନିଟ୍ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ବାବଦରେ ୨୪.୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons