ମୁଖ୍ୟ ଡାକ୍ତରଖାନା ୱାର୍ଡ ଭିତରେ ବର୍ଷା ପାଣି

Get real time updates directly on you device, subscribe now.

ଭବାନୀପାଟଣା, (ବି.ବି.ନୁ୍ୟଜ୍): ଗତକାଲି ସନ୍ଧ୍ୟାରୁ ରାତି ତମାମ ଭବାନୀପାଟଣା ସହରରେ ମୌସୁମୀ ଜନିତ ଲଗାଣବର୍ଷା ଲାଗି ରହିଥିଲା । ଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଘର ଭିତରେ ଆଣ୍ଠୁଏ ପାଣି ଜମିରହିଥିଲା । ଏପରିକି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ୱାର୍ଡ ଭିତରେ ପାଣି ପଶି ଯାଇଥିଲା । ଫଳରେ ରୋଗୀମାନେ ହନ୍ତସନ୍ତ ହୋଇଥିଲେ । ସେହିପରି ନିଉ ଏଲ୍ଆଇସି କଲୋନୀରେ ପ୍ରାୟ ୧୮ଟି କ୍ୱାଟରରେ ବର୍ଷାଜଳ ପଶି ଯାଇଥିଲା । ଦୁଇବର୍ଷ ତଳେ ଉନ୍ନତି ସ୍କିମରେ ନିଉ ଏଲ୍ଆଇସି କଲୋନୀରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଆଇଟିଡିଏ ଦ୍ୱାରା ପାଚେରୀ ନିର୍ମାଣ କରିବା ଫଳରେ ଜଳ ନିଷ୍କାସନ ପଥ ଅବରୋଧ ହେବାରୁ ବର୍ଷା ଦିନେ ଏଭଳି ଅବସ୍ଥା ସୃଷ୍ଟି ହେଉଥିବା କଲୋନୀବାସୀ ପ୍ରକାଶ କରିଛନ୍ତି । ସେହିପରି ଲଗାଣ ବର୍ଷାରେ ସହରର ମଦନ ମୋହନ ପଡାର ଆର୍ତ୍ତ ଭାଟିର କଚ୍ଚାଘର ଭାଙ୍ଗିଯାଇଛି । ସହରର ପରଦେଶୀପଡା, ଯୋରପଡା, ମଦନ ମୋହନ ପଡା ଆଦି ଅଞ୍ଚଳରେ ବର୍ଷାପାଣି ନିଷ୍କାସିତ ହୋଇ ନପାରି ବିଭିନ୍ନ ଘରକୁ ପଶିଯାଇଥିଲା । ତେବେ ଆଜି ଦିନସାରା ବର୍ଷା ନହେବା ଫଳରେ ସ୍ଥିତିରେ କ୍ରମଶଃ ସୁଧାର ଆସୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons