ବାଲିପାଟଣା: ଜଣେ ସିମେଣ୍ଟ ଡିଷ୍ଟ୍ରିବ୍ୟୁଟର କର୍ମଚାରୀଙ୍କ ଠାରୁ ୧ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଲେ ଲୁଟେରା । କର୍ମଚାରୀଙ୍କ ମୁଣ୍ଡରେ ମାରଣାସ୍ତ୍ର ଲଗାଇ ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି ଦୁଇ ଜଣ ଲୁଟେରା । ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ସରାଟ ଗ୍ରାମ ରାସ୍ତାରେ ।
ଭୁବନେଶ୍ଵର ଝାରପଡା ଅଂଚଳର ସାଇ ଟ୍ରେଡିଙ୍ଗ ଲିମିଟେଡର କର୍ମଚାରୀ ରାଜେଶ ରାଉଳ ବାଲିପାଟଣା ଅଂଚଳରୁ ବାକି ଟଙ୍କା ସଂଗ୍ରହ କରି ଭୁବନେଶ୍ଵର ଫେରୁଥିବା ବେଳେ ସରାଟ ଗ୍ରାମ ମନ୍ତ୍ରୀ ପୋଖରୀ ନିକଟରେ ଦୁଇ ଜଣ ଲୁଟେରା ଏକ ବାଇକ୍ରେ ଆସି ରାଜେଶଙ୍କୁ ଅଟକାଇଥିଲେ । ସଙ୍ଗେ ସଙ୍ଗେ ମୁଣ୍ଡରେ ଏକ କଟୁରୀ ଲଗାଇ ରାଜେଶଙ୍କ ଠାରୁ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇ ଯାଇଥିଲେ। ବାଲିପଟଣା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ଛାନଭିନ୍ ଚଳାଇଛି । ଅନ୍ୟ ସ୍ଥାନମାନଙ୍କରେ ଲଗାଯାଇଥିବା CCTV ଭିଜୁଆଲ୍ରୁ ଲୁଟେରାଙ୍କୁ ଚିହ୍ନଟ କରାଯିବ ବୋଲି ପୋଲିସ କହିଛି ।
Comments are closed, but trackbacks and pingbacks are open.