ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବରିÂ ଆଇପିଏସ୍ ବିଜୟ କୁମାର ଶର୍ମା ରାଜ୍ୟ ସରକାରଙ୍କ ମୁଦ୍ରଣ ପ୍ରକାଶନ ବିଭାଗର ନିଦେ୍ର୍ଧଶକ ହୋଇଛନ୍ତି । ସେ ପୂର୍ବରୁ ରାଜ୍ୟ ଗୃହ ବିଭାଗର ଅଫିସର ଅନ୍ ସ୍ପେଶାଲ୍ ଡୁ୍ୟଟି (ଓଏସ୍ଡି) ଭାବେ କାର୍ଯ୍ୟ କରୁଥିଲେ । ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତିରେ ଅନ୍ୟ ଜଣେ ଆଇପିଏସ୍ଙ୍କୁ ପଦୋନ୍ନତି ମିଳିଛି । ୨୦୦୩ ବ୍ୟାଚ୍ ଆଇପିଏସ୍ ହିମାଂଶୁ ଲାଲ୍ଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ଡେପୁଟେସନରେ କେନ୍ଦ୍ରକୁ ଯାଇଥିବା ଶ୍ରୀ ଲାଲ୍ ୨୦୨୦ ସେପ୍ଟେମ୍ବରରେ ଓଡିÿଶା କ୍ୟାଡରକୁ ଫେରିଥିଲେ । ସୂଚନା ଥାଉ କି, ୧୯୮୬ ବ୍ୟାଚ୍ର ଆଇପିଏସ୍ ଶ୍ରୀ ଶର୍ମା ପୂର୍ବରୁ ଓଡିÿଶା ଅଗ୍ନିଶମ ବାହିନୀ, ହୋମ୍ଗାର୍ଡ ଓ ସିଭିଲ୍ ଡିଫେନ୍ସ ବିଭାଗର ଡିଜି ଭାବେ କାର୍ଯ୍ୟ କରି ସାରିଛନ୍ତି । ଗତ ୨୦୧୯ ମସିହା ଅଗଷ୍ଟ ୭ ତାରିଖରେ ଫାୟାର ଡିଜି ଦାୟିତ୍ୱ ସହ ତାଙ୍କୁ ପୁଲିସ ବିଭାଗ ମହାନିଦେ୍ର୍ଧଶକ (ଅତିରିକ୍ତ) ଦାୟିତ୍ୱ ଦିଆଯାଇଥିଲା । ସେହିବର୍ଷ ନଭେମ୍ବର ୨୦ରେ ତାଙ୍କୁ ଡିଜିପି ପଦରୁ ହଟାଯାଇ ଗୃହ ବିଭାଗକୁ ପଠାଯାଇଥିଲା ।


Comments are closed, but trackbacks and pingbacks are open.