ଧର୍ମଗଡ଼,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ ଯୋଗୁ ମୁମ୍ବାଇରୁ ଫେରୁଥିବା ବେଳେ ଛତିଶଗଡ଼ରେ ଟ୍ରକ ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଇ ଓଡ଼ିଆ ଶ୍ରମିକ । ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁହୁରା ଗାଁର ବୈଷ୍ଣବ ପୁଟେଲ(୨୫) ଓ ଭୂପିନ୍ଦର ପୁଟେଲ (୩୫) ବର୍ଷ । ସୂଚନାଅନୁଯାୟୀ କୁହୁରା ଗାଁର ଆଉ ତିନି ଜଣ ଶ୍ରମିକଙ୍କ ସହିତ ମିଶି ବୈଷ୍ଣବ ଓ ଭୂପିନ୍ଦର ମୁମ୍ବାଇରୁ ଟ୍ରକ୍ ଯୋଗେ ଆସୁଥିଲେ । ଶନିବାର ରାତି ପ୍ରାୟ ୯ଟା ବେଳେ ସେମାନେ ଛତିଶଗଡ଼ର ମହାସମୁଦ୍ରରେ ପହଞ୍ଚôଥିଲେ । ସେଠାରେ ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ବୈଷ୍ଣବ ଓ ଭୂପିନ୍ଦରଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇଁ ପରିବାର ଲୋକେ ମହାସମୁଦ୍ରରେ ପହଞ୍ଚିଥିଲେ । ଦୁର୍ଘଯଣା ଘଟାଇଥିବା ଟ୍ରକଟି ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.